ଗମ୍ବାରୀମୁଣ୍ଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ : ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଶିଷ୍ଟ ସମାଜସେବୀ, ଗମ୍ବାରୀମୁଣ୍ଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ବରପାଟଣା ଗ୍ରାମସ୍ଥିତ ବାସଭବନରେ ପାଳିତ ହୋଇଯାଇଛି । ଏହି ସଭାରେ ଗମ୍ବାରୀମୁଣ୍ଡା, ବାଣପୁର, ବାଲୁଗାଁ ଏବଂ ନାଚୁଣୀ ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ଓ ସମାଜସେବୀ ଉପସ୍ଥିତ ରହିଥିଲେ । ଅବସର ପ୍ରାପ୍ତ ଶିକ୍ଷକ ଗୋଲଖ ବିହାରୀ ପଟନାୟକ ସଭାପତିତ୍ଵ ଗ୍ରହଣ କରିଥିଲେ . ମୁଖ୍ୟ ଅତିଥି ଭାବେ ଲଳିତ ମୋହନ ପଟନାୟକ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଦୁର୍ଗା ଚରଣ ମହାରଣା, ଡାଃ ସୁରେନ୍ଦ୍ର ନାଥ ଦାସ, ଦେଓଗାଁ ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା କଂଗେସର ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସ୍ୱାଇଁ , ଦୁଷ୍ମନ୍ତ ହରିଚନ୍ଦନ, ସୁଶୀଲ କୁମାର ବିଶୋଇ, ଶିକ୍ଷକ କୌଳାସ ଚନ୍ଦ୍ର ସାମନ୍ତସିଂହାର, ନବଘନ ସାମନ୍ତରାୟ, ଗମ୍ବାରୀମୁଣ୍ଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ମୃତ୍ୟଞ୍ଜୟ ମହାରଥୀ, ଭାଟପଡ଼ା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ପରିବାର ବର୍ଗ ବନ୍ଧୁ ବାନ୍ଧବ ଉପସ୍ଥିତ ରହି ସୃତି ଚାରଣ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave a Reply

Your email address will not be published. Required fields are marked *