ଅଗ୍ନିଶମ ବିଭାଗ ପକ୍ଷରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚାନକ ଚଢ଼ଉ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚାନକ ଚଢ଼ଉ କରାଯାଇଛି । ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ଧଳଙ୍କ ନେତୃତ୍ଵରେ ହୋଇଥିବା ଏହି ଚଢ଼ଉରେ ଅଗ୍ନି ନିରାପତ୍ତା ଦୃଷ୍ଟିରୁ ଅଡିଟ୍ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିରାପତ୍ତା ଠିକ୍ ଭାବରେ କାର୍ଯ୍ୟ କରୁଛି କି ନାହିଁ, ଚିକିତ୍ସାଳୟର କର୍ମଚାରୀ ମାନେ ଅଗ୍ନି ନିରାପତ୍ତା ବିଷୟରେ କେମିତି କାର୍ଯ୍ୟ କରୁଛନ୍ତି, ସେ ସବୁ ବିଷୟରେ ଯାଞ୍ଚ କରାଯାଇଥିଲା । ଏଥି ସହ ଜିଲ୍ଲା ଚିକିତ୍ସାଳୟ କର୍ମଚାରୀଙ୍କୁ ଟ୍ରେନିଂ ମଧ୍ୟ ଦିଆ ଯାଇଥିଲା । ନିଆଁ ଲାଗିଲେ କେମିତି ଲିଭାଇବେ ସେ ନେଇ ମଧ୍ୟ ଡେମୋନଷ୍ଟ୍ରେସନ କରି ଆଗ୍ନିକ ମାନେ ଶିକ୍ଷା ଦେଇଥିଲେ ବୋଲି କହିଛନ୍ତି ମୁଖ୍ୟ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳ ।

Leave a Reply

Your email address will not be published. Required fields are marked *