କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଝାରବେଡା ଗ୍ରାମ ପଞ୍ଚାୟତର ଝାରବେଡା ସେବା ସମବାୟ ସମିତି ଠାରେ ଆରମ୍ଭ ହୋଇଛି ସରକାରୀ ଧାନମନ୍ଦି . ପାଲଲହଡା ବିଧାୟକ ମୁକେଶ କୁମାର ପାଳ ଉପସ୍ଥିତ ରହି ସରକାରୀ ଧାନ ମଣ୍ଡିର ଶୁଭ ଉଦଘାଟନ କରିଥିଲେ .ଚାଷୀମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ପାଇଁ ଯୋଜନା କରାଯିବ ବୋଲି ସୂଚନା ଦେଇଛନ୍ତି ବିଧାୟକ ।