ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ କୃଷି ବିଭାଗ ପକ୍ଷରୁ ଖରିଫ ଋତୁ ଚାଷ 2022 – 23 ସକାଶେ ଚାଷୀଙ୍କୁ ରିହାତି ଦରରେ ଧାନ ବିହନ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ଯୋଜନା ରହିଛି । ଜିଲ୍ଲାରେ ମୁଖ୍ୟତଃ 7 ଟି ବ୍ଳକ . ତେବେ ଗୋଶାଣି, କାଶୀ ନଗର ଓ ଗୁମ୍ମା ଏହି ତିନୋଟି ବ୍ଳକ ରେ ଅଧିକ ଧାନ ଚାଷ ହୋଇଥାଏ । ଚଳିତ ବର୍ଷ 2022 – 23 ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ 10 ହଜାର କ୍ୟୁଇଣ୍ଟାଲ ଧାନ ବିହନ ରିହାତି ଦରରେ ଯୋଗାଇ ଦେବାର ଲକ୍ଷ୍ୟ ରହିଛି । ଚାଷୀ ଙ୍କ ଚାହିଦା ଅନୁସାରେ ବିଭିନ୍ନ କିସମର ଧାନ ବିହନ MTU 1001, MTU 1075 , ପୂଜା, ପ୍ରତୀକ୍ଷା, ସ୍ୱର୍ଣ୍ଣ ମସୁରି, ସ୍ୱର୍ଣ୍ଣ ସବୱାନ, RGL 2537, ସାରଳା, MTU 1061, MTU 1064, ସିଆର 800, MTU 1224 କିସମର ଧାନ ବିହନ ଥିବା ର ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ରେ ମୁଖ୍ୟତଃ ଚାଷି ମାନଙ୍କର ପୂଜା,1061,1064, RGL ବିହନ ର ଚାହିଦା ରହିଥିବାର ବିଭାଗୀୟ ଅଧିକାରୀ କହିଛନ୍ତି । ଜିଲ୍ଲା ରେ 105 ଗୋଟି ଲେମସ, ଡିଲର ଜରିଆରେ ଧାନ ବିହନ ଯୋଗାଇ ଦିଆଯାଉଛି । ପଞ୍ଜିକୃତ ହୋଇଥିବା ଚାଷୀଙ୍କୁ ଚଳିତ ବର୍ଷ ବସ୍ତା ପିଛା ଥିବା ଦରରେ ଧାନ ବିହନ କିଣିଲେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡେବିଟ ମାଧ୍ୟମରେ ସିଧାସଳଖ ରିହାତି ସବସିଡି ସରକାର ଯୋଗାଇ ଦେବାର ବ୍ୟବସ୍ଥା ରହିଛି ବୋଲି କୃଷି ବିଭାଗ ପକ୍ଷରୁ ଗଣମାଧ୍ୟମ କୁ ସୂଚନା ମିଳିଛି ।