ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଭୁବନେଶ୍ୱର ସେଣ୍ଟ୍ରାଲ ଇନଟେଲିଜେନ୍ସ ବ୍ୟୁରୋ ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୋପୀନାଥ ପାତ୍ରଙ୍କ ଅଂଶୁଘାତରେ ଶନିବାର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସୂଚନା ମୁତାବକ, ସେ ଶନିବାର ସକାଳେ ଭୁବନେଶ୍ୱରରୁ ଏକ ସ୍କୁଟରରେ ଅନୁଗୁଳ ରାଣୀଗୋଡ଼ାରେ ଥିବା ଶ୍ୱଶୁର ଘରକୁ ଆସୁଥିଲେ । ଦିନ ପ୍ରାୟ ସାଢ଼େ ୧୧ ଟା ବେଳକୁ ସାତମାଇଲ ନିକଟରେ ତାଙ୍କ ମୁଣ୍ଡ ବୁଲାଇଥିଲା । ସେ ଏକ ଗଛ ମୂଳରେ ବସି ବାଟୋଇଙ୍କୁ ପାଣି ମାଗିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ପାଣି ଦେଇ ଗାଡି କରି ନିକଟସ୍ଥ ହାତୁରା ଚିକିତ୍ସାଳୟ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଅଂଶୁଘାତ ସନ୍ଦେହ କରି ଅଧିକ ଚିକିତ୍ସା ପାଇଁ ଅନୁଗୁଳ ପଠାଇଥିଲେ । କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପରିବାର ଲୋକେ ଅନୁଗୁଳ ଡାକ୍ତରଖାନାରେ ପହଞ୍ଚିଥିଲେ । ଶବ ବ୍ୟବଛେଦ ପରେ ସ୍ଥାନୀୟ କରଡାଗାଡିଆ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।
ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଅଂଶୁଘାତରେ ମୃତ୍ୟୁ !!!

