ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅଦିନିଆ ବର୍ଷା ପବନ ହେଲା କାଳ , ଝଡ ତୋଫାନରେ ଉଜୁଡ଼ିଗଲା ମୁଣ୍ଡ ଉପରର ଆଶ୍ରା . ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ସମଲ ଗ୍ରାମ ପଞ୍ଚାୟତ ର କେଶବପୁର ଗ୍ରାମରେ ଝଡତୋଫାନ ସାଙ୍ଗକୁ ବର୍ଷା ହେବା ଫଳରେ ପାଞ୍ଚାଳୀ ବେହେରାଙ୍କର ଏକ ମାତ୍ର ଘର ଓ ପବିନୀ ବେହେରା ଙ୍କର ଘର ସମ୍ପୁର୍ଣ୍ଣ ଭାଙ୍ଗି ଯାଇ ଭୁଷୁଡି ପଡ଼ିଛି । ଅଳ୍ପକେ ବର୍ତ୍ତିଲେ ପାଞ୍ଚାଳୀ ଓ ପବିନୀ ବେହେରା ଙ୍କର ପରିବାରର ସଦସ୍ୟ । ଦୁଇ ପରିବାର ଦିନ ମଜୁରିଆ ଭାବେ ପରିବାର ପ୍ରତିପୋଷଣ କରନ୍ତି । ଏହି କରୋନା ମହାମାରୀ ସମୟରେ କିଛି କାମଧନ୍ଦା ନ ମିଳୁଥିବା ବେଳେ ଘର ଭାଙ୍ଗିବା ହୋଇପଡିଛି ବୋଝ ଉପରେ ନଳିତା ବିଡା . ବାସ ଉଜୁଡି ଯିବା ପରେ ଉଭୟ ପରିବାର ର ଅବସ୍ଥା ବେହାଲ , ମୁଣ୍ଡ ଗୁଞ୍ଜିବାକୁ ରାହା ନାହିଁ ସାହା ନାହିଁ । ଏପରି ଆପଦ କାଳୀନ ପରିସ୍ଥିତିରେ ପ୍ରଶାସନିକ ଅଧିକାରୀ ମାନେ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ଏହି ଦୁଇ ପରିବାରର କୁ ବାସଗୃହ ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବୀ ଜୋର ଧରିଛି , ବାକି ରହିଲା ଦେଖିବାକୁ ସ୍ଥାନୀୟ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରୁଛି ।