ଜାଗା ମିଶନ ଆନୁକୁଲ୍ୟରେ ଭୂମିହୀନଙ୍କୁ ଭୂମି ପ୍ରମାଣ ପତ୍ର ପ୍ରଦାନ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ପୈାରାଞ୍ଚଳ ପକ୍ଷରୁ ଜାଗା ମିଶନ ଆନୁକୁଲ୍ୟରେ ଭୂମିହୀନଙ୍କୁ ଭୂମି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ପୈାରାଞ୍ଚଳ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ଭୂମିହୀନ ମାନଙ୍କୁ ଜାଗା ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲାପାଳ ଡ.ପୋମା ଟୁଡୁ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ଯୋଗଦେଇ ପୈାରାଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ ଅବସରରେ ୨୩୦ ଜଣଙ୍କୁ ପ୍ରମାଣ ପତ୍ର ବାଣ୍ଟିବା ସହିତ ବସ୍ତିବାସିନ୍ଦାଙ୍କୁ ଭୂମି ପ୍ରମାଣ ପତ୍ର ଦେବାରେ ଅନ୍ୟ ରାଜ୍ୟ ଠାରୁ ଓଡ଼ିଶା ଆଗରେ ଥିବା ପ୍ରକାଶ କରିଛନ୍ତି ନୟାଗଡ ବିଧାୟକ . ଏପରି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କର ଭୂୟସି ପ୍ରଶଂସା ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *