ହରିଶ୍ଚନ୍ଦ୍ର ଯୋଜନା କେତେ ସଫଳ ??

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ରାଜ୍ୟରେ ବାରମ୍ବାର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବା ର ଚିତ୍ର ପଦାକୁ ଆସିବା ପରେ ବିଶ୍ୱ ଦରବାରରେ ସ୍ୱାସ୍ଥ୍ୟସେବା ପାଇଁ ଆମ ରାଜ୍ୟ ଓଡିଶା ବହୁବାର ଲଜ୍ଜିତ ହୋଇଛି । କରୋନା ମହାମାରୀରେ ଆକ୍ରାନ୍ତ ପୀଡ଼ିତଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ସହିତ, ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନାରେ ସହଯୋଗ କରି ରାଜ୍ୟ ତଥା କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ରୂପ କିଛି ଅଲଗା ପ୍ରକାର !!କେଉଁଠି ଡାକ୍ତରଖାନା ଅଛି କିନ୍ତୁ ଡାକ୍ତର ନାହାଁନ୍ତି, ଆଉ କେଉଁଠି ଆମ୍ବୁଲାନ୍ସ ଅଛି କିନ୍ତୁ ରାସ୍ତା ନାହିଁ ! କରୋନା ମହାମାରୀରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କୁ ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ,ଅନ୍ତିମ ସଂସ୍କାର ପାଇଁ ମାଗଣା କାଠ ମିଳିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ, ବାସ୍ତବରେ ଏହାର କାର୍ଯ୍ୟକାରିତା ଉପରେ ଉଠୁଛି ପ୍ରଶ୍ନବାଚୀ !! ହରିଶ୍ଚନ୍ଦ୍ର ଯୋଜନାରେ ମାଗଣା କାଠ ପାଇଁ ମଧ୍ୟ ଦେବାକୁ ପଡୁଛି ଅର୍ଥ ବୋଲି ଅଭିଯୋଗ ଆଣିଲେ ମୃତକଙ୍କ ପରିଜନ !!

Leave a Reply

Your email address will not be published. Required fields are marked *