ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାର୍କିଙ୍ଗ ବ୍ୟବସ୍ଥା ଥାଇ ସୁଦ୍ଧା , ରାସ୍ତା ମଝିରେ ଗାଡିର ଲମ୍ବା ଧାଡି . ପାରଳା ପୋୖର ପରିଷଦର ଅଜବ ନୀତି . ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଦୈନିକ ବଜାର ଯିବା ରାସ୍ତା ମଝିରେ ପାର୍କିଙ୍ଗ ସମସ୍ୟା ଦୀର୍ଘ ଦିନ ହେଲା ଲାଗି ରହିଛି । ଏହାର ସ୍ଥାୟୀ ସମାଧାନ କରିବା ଦିଗରେ ପୋୖର ପରିଷଦର ବିଫଳତା ପଦାରେ ପଡ଼ିଛି । ତା ସାଙ୍ଗକୁ ଦୀର୍ଘ ଦିନ ହେଲା ରାଜସ୍ୱ ମଧ୍ୟ ହରାଉଛି । ସବୁ ଜାଣି ପୋୖର ପରିଷଦ ନିଷ୍କ୍ରିୟ ପାଲଟିଛି । ରାସ୍ତା ମଝିରେ ପାର୍କିଙ୍ଗ କାରଣରୁ ଯାତାୟାତରେ ଜନ ସାଧାରଣ ଅସୁବିଧାର ସମୁଖୀନ ହେବାକୁ ପଡୁଛି , ଏହା ସାଙ୍ଗକୁ ଟ୍ରାଫିକ ସମସ୍ୟା ଦ୍ୱିଗୁଣିତ କରୁଛି । ଏ ସବୁ ବିଷୟ ସବୁ ଦେଖି ପୋୖର ପରିଷଦ ହାତ ଉପରେ ହାତ ବାନ୍ଧି ବସିଛି । ଏହାର ତୁରନ୍ତ ସମାଧାନ ହେଲେ ଜନ ସାଧାରଣ ଉପକୃତ ହୋଇ ପାରିବେ ଏହି ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ସ୍ଥାଣୁ ପାଲଟିଛି ।
ପାର୍କିଙ୍ଗ ବ୍ୟବସ୍ଥା ଥାଇ ସୁଦ୍ଧା , ରାସ୍ତା ମଝିରେ ଗାଡିର ଲମ୍ବା ଧାଡି : ପୋୖର ପରିଷଦର ଅଜବ ନୀତି !!!

