୧୦ ଗ୍ରାମ ବ୍ରାଉନ ସୁଗାର ଜବତ : ଜଣେ ଗିରଫ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସ୍ୱପ୍ନେଶ୍ୱର ସାହି ଜବରଦସ୍ତିପୁର ଠାରେ ପୋଲିସର ଏକ ଟିମ ଅତର୍କିତ ଭାବରେ ଚଢ଼ାଉ କରି ଧଳା ଜହର ଜବତ କରିଥିବାର ସୂଚନା ମିଳିଛି । ଚଢ଼ାଉ ସମୟରେ ଘଟଣା ସ୍ଥଳରୁ କୃଷ୍ଣ ଧଳଙ୍କ ଠାରୁ ୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୨୮ ହଜାର ୫୪୦ ଟଙ୍କା ଜବତ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

Leave a Reply

Your email address will not be published. Required fields are marked *