କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲାର ଶେଷ ଭାଗ ଓ ଯାଜପୁର ଜିଲ୍ଲାର ପ୍ରଥମ ଭାଗ ରେ ଅବସ୍ଥିତ ମା ଓଳାଶୁଣୀ ଙ୍କ ପୀଠରେ ଡେରାବିଶ୍ ବ୍ଲକ ବିଡିଓ ଗୋବବନ୍ଧୁ ଭୋସାଗର ଙ୍କ ଅବସରକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ବିଦାୟ କାଳୀନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ , ଡେରାବିଶ୍ ବ୍ଲକ ଉପାଧ୍ୟକ୍ଷା ଓ ବିଜୁ ଜନତା ଦଳର ବ୍ଲକ ସଭାପତି ଦେବାଶିଷ ଆଚାର୍ଯ୍ୟ, ଆତ୍ମା ଅଧକ୍ଷ ଗଣେଶ୍ୱର ବେହେରା ଙ୍କ ସମେତ ନୂତନ ଭାବେ ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ , ସମିତି ସଭ୍ୟ ଓ ସମସ୍ତ ସରପଞ୍ଚ ମାନେ ଉପସ୍ଥିତ ରହିବା ସହ ବହୁ ସଂଖ୍ୟାରେ ମଧ୍ୟ ବିଜୁ ଜନତା ଦଳର କର୍ମୀ ମାନେ ଯୋଗଦାନ କରିଥିଲେ ।

