ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ରାଙ୍ଗୁ ତାରିଣୀ ରେଡ୍ଡୀ ଗତକାଲି ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଗୁମ୍ମା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ତୁଲାରାମ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମୀ ମଣ୍ଡଳ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ତାଙ୍ଗୁଡୁ ସୁରୀନାରୟଣା ଓ ବ୍ଳକର ସମସ୍ତ କର୍ମଚାରୀ ଯୋଗ ଦେଇ ଶ୍ରୀ ରେଡ୍ଡୀ ଙ୍କର କାର୍ଯ୍ୟ ଶୈଳୀର ଉଚ୍ଚ ପ୍ରଶଂସା କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ରେଡ୍ଡୀ ୧୯୯୫ ମସିହାରେ କାର୍ଯ୍ୟରେ ଯୋଗଦାନ କରି ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ ଯଥା ଗୋଷାଣି, ରାୟଗଡ଼, ଆର. ଉଦୟଗିରି, ମୋହନା ଓ ଗୁମ୍ମାରେ ନିଷ୍ଠାପର ଭାବରେ ନିଜ କର୍ତ୍ତବ୍ୟ ସମ୍ପାଦନ କରି ଜନସାଧାରଣଙ୍କର ପ୍ରିୟପାତ୍ର ହୋଇପାରିଥିଲେ। ଗୁମ୍ମା ବ୍ଳକର ସମସ୍ତ କର୍ମଚାରୀ ଶ୍ରୀ ରେଡ୍ଡୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ସେହିପରି ସେ କାର୍ଯ୍ୟରତ ଥିବା ସେରଙ୍ଗ ଗ୍ରାମ ପଞ୍ଚାୟତ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଅବସରରେ ଗଜପତି ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ପୂର୍ବତନ ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରଥ ଶ୍ରୀ ରେଡ୍ଡୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ ଓ ନିରୋଗ ଜୀବନ କାମନା କରିଥିଲେ ।
ଗୁମ୍ମା ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା !!!

