ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକସଂଘ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକସଂଘ . ଅନୁଷ୍ଠାନର ସଭାପତି ଇଂ ମନୋଜ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ତାଳଚେର ବେକାର ଯୁବକ ମାନଙ୍କର ବିଭିନ୍ନ ସମସ୍ୟା ଉପସ୍ଥାପନା କରାଯାଇଛି . ( ୧ ) ତାଳଚେର କୋଇଲା ଖଣିରେ କାର୍ଯ୍ୟରତ ବେସରକାରୀ କମ୍ପାନୀ ମାନଙ୍କରେ ୯୦% ବେକାରୀ ପିଲାଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ! ( ୨ ) ବେସରକାରୀ କମ୍ପାନୀରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କର ୧୫ ଦିନ ହାଜିରୀ ପରିବର୍ତ୍ତେ ୨୬ ଦିନର ହାଜିରୀ ପ୍ରଦାନ ! ( ୩ ) ଠିକା ଶ୍ରମିକ ମାନଙ୍କର CMPFର Statement Update ପ୍ରଦାନ ! ( ୪ ) ଠିକା ଶ୍ରମିକ ମାନଙ୍କୁ କମ୍ପାନୀ ତରଫରୁ ସମସ୍ତ ପ୍ରକାର ମେଡ଼ିକାଲ ସୁବିଧା ଯୋଗାଇଦେବା ! ( ୫ ) କୋଇଲା ଖଣିରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କର HPC ରେଟ୍ ବାଧ୍ୟତାମୂଳକ ! ଇତ୍ୟାଦି ଦାବି ନେଇ ତାଳଚେର ଜଗନ୍ନାଥ କ୍ଷେତ୍ର(MCL)ଅଫିସ୍ ଆଗରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେବା ସହ ଏନେଇ MCL କର୍ତ୍ତୃପକ୍ଷ’ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯଥାଶୀଘ୍ର ଦାବି ଗୁଡିକ ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି !

Leave a Reply

Your email address will not be published. Required fields are marked *