ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆସ୍ଥା ଓ ବିଶ୍ବାସ କୁ ବଜାୟ ରଖି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସ ପୁନଶ୍ଚ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦାୟିତ୍ବ ନେଇଥିବାରୁ ଆଜି ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ (ଓଏସଇଏଫଡ଼ି) ସଂଘ ତରଫରୁ ରାଜ୍ୟ ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚ଼ୌଧୁରୀ ଓ ସହ କୋଷାଧ୍ୟକ୍ଷ ରାକେଶ କୁମାର ସାହୁ ମନ୍ତ୍ରୀ ମହୋଦୟ ଙ୍କୁ ସ୍ବାଗତ କରିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ର ଶିକ୍ଷାର ବିକାଶ ନିମନ୍ତେ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଙ୍କ ରାୟ ଅନୁସାରେ, ଏହାକୁ ଓଡ଼ିଶା ରେ କାର୍ଯ୍ୟକାରୀ କରିବାକୁ ମାନ୍ୟବର ମନ୍ତ୍ରୀ ଙ୍କ ସହ ଆଲୋଚ଼ନା କରାଗଲା ।
ଓଏସଇଏଫଡ଼ି ସଂଘ ତରଫରୁ ଶିକ୍ଷା ମନ୍ତ୍ରୀ ଙ୍କୁ ଶୁଭେଚ୍ଛା !!!

