ନୟାଗଡ ଜିଲ୍ଲାର ସବୁ ବ୍ଲକ ପ୍ରମୁଖ ଛକ ମାନଙ୍କରେ ବିକ୍ଷୋଭ କରିବ କଂଗ୍ରେସ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରାଜନୈତିକ ଆକ୍ରୋଶ ଏବଂ ପ୍ରତିଶୋଧ ପରାୟଣତା ହୋଇ ବିରୋଧି ନେତାଙ୍କ ମୁହଁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୀନ ରାଜନିତୀ କରୁଛନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ୍ ଦାସ ଆଜିର ବିକ୍ଷୋଭ ସଭାରେ ମତବ୍ୟକ୍ତ କରିଛନ୍ତି । କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ଏକ ସ୍ୱୟଂଶାସିତ ତଦନ୍ତକାରୀ ସଂସ୍ଥାକୁ ଅପବ୍ଯବହାର କରି ନ୍ୟାସନାଲ ହେରାଲ୍ଡ୍ ଭଳି ଏକ ଘରୋଇ ସମ୍ପତ୍ତିର ମାଲିକାନା କୁ କେନ୍ଦ୍ର କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ ଇଡି ଅଧିକାରୀ ମାନେ ତିନିଦିନ ବ୍ୟାପି ଘଣ୍ଟା ଘଣ୍ଟା ଜେରା ସାରା ଦେଶବାସୀ ଙ୍କ ସାମ୍ନାରେ କଂଗ୍ରେସ ଦଳ ଓ ରାହୁଲ ଗାନ୍ଧୀ ଙ୍କୁ ବଦନାମ କରିବା ପାଇଁ ଅପପ୍ରୟାସ ପ୍ରତିବାଦ ରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ନୟାଗଡ଼ ପୋଷ୍ଟାଲ ଡିଭିଜନ ପ୍ରାଙ୍ଗଣରେ ଦୁଇଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିରୋଧରେ ନାରାବାଜି କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ପିସିସି ସମ୍ପାଦକ ହୁସେନ୍ ଖାଁ, ବରିଷ୍ଠ ନେତା ବସନ୍ତ ମହାରଣା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରତିମା ଜେନା, ବ୍ଳକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ପୂର୍ଣ୍ଣଚନ୍ଦ୍ର ନାୟକ, ଅଶୋକ କୁମାର ନାୟକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାସ, ଜିଲ୍ଲା ସେବାଦଳ ସଂଯୋଜକ ବିମଳ ଦାସ, ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି ଅମଜାଦ ଖାଁ, ସୋସିଆଲ୍ ମିଡିଆ ସଂଯୋଜକ ଜୁଲଫୁକର ଖାଁ, ଓଡ଼ଗାଁ ବ୍ଳକ୍ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ବିଶୋଇ, ଯୁବନେତା ମଦନମୋହନ ବିଶୋଇ, ପୂର୍ଣ୍ଣଚନ୍ଦ୍ର ସନ୍ତ, ଲକ୍ଷ୍ମଣ ପ୍ରଧାନ,ବିଭୁତି କୁମାର ରଥ,ଅଶୋକ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଆସନ୍ତା ୨୦, ୨୧ ତାରିଖରେ ଜିଲ୍ଲା ର ପ୍ରତ୍ୟୋକ ବ୍ଳକ୍ ର ପ୍ରମୁଖ ଛକ ମାନଙ୍କରେ ଏହିଭଳି ମୋଦି ବିରୋଧି ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାସ ସୂଚନା ଦେଇଛନ୍ତି ।

 

Leave a Reply

Your email address will not be published. Required fields are marked *