ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷଣି ସମାଜ ସଭାଗୃହ ଠାରେ କଳିଙ୍ଗ ସାହିତ୍ୟ ସମାଜ ଓ ଉତ୍କଳ ହିତୈଷଣି ସମାଜର ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଗବେଷକ, ବିଶିଷ୍ଟ ସାହିତ୍ୟିକ ଓ ପ୍ରଜ୍ଞା ସମାଲୋଚକ ଡକ୍ଟର ବେଣୀ ମାଧବ ପାଢ଼ୀ ଙ୍କ ସ୍ମାରକୀ ବକୃତା ମାଳା ଅନୁଷ୍ଠିତ ହୋଇ ଯାଇଛି । କଳିଙ୍ଗ ସାହିତ୍ୟ ସମାଜର ସଭାପତି ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀ ଙ୍କ ସଭାପତିତ୍ୱରେ ପାରଳାଖେମୁଣ୍ଡି ର ଉପାନ୍ତ ପ୍ରହରୀ ତଥା ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଉଦଘାଟକ ଭାବେ ଯୋଗ ଦେଇଥିଲେ । ନୂଆ ଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଉଦୟନାଥ ସାହୁ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଓ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଡକ୍ଟର ପାଢ଼ୀଙ୍କ ସାରସ୍ୱତ କୃତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ଡକ୍ଟର ଶରତ କୁମାର ଜେନା, ଡକ୍ଟର ହୃଷିକେଶ ପଣ୍ଡା, ଡକ୍ଟର ଅଜୟ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଡକ୍ଟର ବନମାଳୀ ପାଣିଗ୍ରାହୀ, ଡକ୍ଟର ଲମ୍ବୋଦର ପାଣିଗ୍ରାହୀ, ଡକ୍ଟର କୃଷ୍ଣ ପ୍ରସାଦ ମହାପାତ୍ର ଏବଂ ଓଡ଼ିଆ ସାହିତ୍ୟ ଏକାଡେମୀ ର ସଦସ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବେଣୀ ମାଧବ ଗ୍ରନ୍ଥାବଳୀ ଦ୍ୱିତୀୟ ସଂସ୍କରଣ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା । ପ୍ରଫେସର ଉଦୟ ନାଥ ସାହୁଙ୍କୁ ଡକ୍ଟର ବେଣୀ ମାଧବ ପାଢ଼ୀ ସମ୍ମାନ ପ୍ରଦାନ କରାଯାଇଥିଲା । ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡକ୍ଟର କଲ୍ୟାଣି ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କମଳାଙ୍ଗୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଡକ୍ଟର ଅଜୟ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଶରତ ସାହୁ, ଭାରତ ଭୂଷଣ ମହାନ୍ତି, ବିଷ୍ଣୁ ଚରଣ ପଣ୍ଡା, ମୁରଲୀଧର ପରିଚ୍ଛା, ନିତ୍ୟାନନ୍ଦ ଚୌଧୁରୀ, ତ୍ରିପତି ପ୍ରସାଦ ପଣ୍ଡା, ଆଶାଲତା ପାଣିଗ୍ରାହୀ ଏବଂ ମିନା କୁମାରୀ ଟହଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଡ଼କ୍ଟର ବେଣୀ ମାଧବ ପାଢ଼ୀ ସ୍ମାରକୀ ବକୃତା ମାଳା !!!

