ଧର୍ମ କୁ ଆଖି ଠାର ନୀତି ରେ ଚାଲିଛି କେନାଲ ସଫେଇ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ପୁବଂଶ ଜଳସେଚନ ବିଭାଗ ଅଧିନସ୍ଥ କେଣ୍ଟାଳୋ ପଞ୍ଚାୟତ ଲୋକନାଥପୁର ଗ୍ରାମରୁ ୧୦ ନମ୍ବର କେନାଲ ରୁ ବାହାରିଥିବା ଶାଖା ଡଗରା କେନାଲ ର ସଫେଇ କାର୍ଯ୍ୟ ଜେସିବି ଦ୍ଵାରା କରାଯାଉଛି . କିନ୍ତୁ ବାସ୍ତବିକ ଚିତ୍ର ଧର୍ମ କୁ ଆଖି ଠାର ଭଳି , ଖାଲି ଉପରୁ ଉପରୁ ଗଛଲତା କୁ ସଫା କରି ଖସି ଯିବାକୁ ବସିଛନ୍ତି ଠିକାଦାର । ଚାଷୀଙ୍କ ଅଭିଯୋଗ ଅନୁସାରେ ଉକ୍ତ କେନାଲ ପୋତି ହୋଇଯିବା କାରଣରୁ ସୋଟ ଗୁଡିକ ପୋତି ହୋଇ ପଡିଛି . ଯାହା ଫଳରେ ବିଲକୁ ଯାଇ ପାରୁନାହିଁ ପାଣି । ଚାଷୀ ମାନେ ଏନେଇ ସଫେଇ କରୁଥିବା ଠିକାଦାର ଙ୍କୁ ପଚାରିବାରୁ ସେ ଉତ୍ତର ଦେଲେ ଖୋଳିବା ଲାଗି‌ ଆମକୁ କୁହା ଯାଇନାହିଁ । ଆମ ପ୍ରତିନିଧି ପୁବଶଂ ଜଳସେଚନ ବିଭାଗ ଅଧିକାରୀ ଙ୍କୁ ପଚାରିବାରୁ ସେ ଆଶ୍ଚର୍ଯ୍ୟ କଲା ଭଳି ମତ ରଖିଛନ୍ତି . ବର୍ଷା ନହେବା କାରଣ ରୁ ଚାଷୀକୁଳ ହତାଶ ହୋଇ ଆକାଶ କୁ ଅନେଇ ବସିଥିବା ସମୟରେ, କେବଳ ସାହା ଭରଷା କେନାଲ ପାଣି . କିନ୍ତୁ ଠିକାଦାର ଙ୍କ ଏଭଳି ନିମ୍ନ ମାନର କାମକୁ ଦେଖି ଚାଷୀ ମୁଣ୍ଡ ରେ ହାତ ଦେଇ ବସିଛି । ବିଲରେ ଯଦି ଚାଷ ପାଇଁ ପହଞ୍ଚି ପାରିବନି ପାଣି , ଏଥିପ୍ରତି ଦାୟୀ ରହିବ କିଏ , ପ୍ରଶାସନ ନାଁ ଜଳସେଚନ ବିଭାଗ ଅଧିକାରୀ , ନାଁ ଠିକାଦାର . ଦେଖିବାର ବାକି ରହିଲା ପ୍ରଶାସନ ଓ ଜଳ ସେଚନ ବିଭାଗ ଅଧିକାରୀ ଏହା ଉପରେ କଣ ନେଉଛନ୍ତି ପଦେକ୍ଷପ ।

Leave a Reply

Your email address will not be published. Required fields are marked *