କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ତଥା ଖଜୁରୀପଡ଼ା ବନାଞ୍ଚଳ ଅଧିନ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଖଜୁରୀପଡ଼ା ବନାଞ୍ଚଳ ଅଧିକାରୀ ଅଜିତ କୁମାର ସାହାଣୀଙ୍କ ତତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ କରାଯାଇଛି । ସଂରକ୍ଷିତ ଜଙ୍ଗଲରେ ବିଭିନ୍ନ ଔଷଧୀୟ ଓ ଫଳ ଚାରା ରୋପଣ କରାଯାଇଛି । ଚଳିତ ବର୍ଷ ପ୍ରାୟ ଶହେ ହେକ୍ଟର ଏରିଆରେ ୨୦ ହଜାର ବିଭିନ୍ନ କିସମର ଗଛ ଲଗାଯିବାକୁ ବିଭାଗ ପ୍ରସ୍ତୁତ ହୋଇଛି । ବିଶେଷକରି ଅଁଳା, କରଞ୍ଜ, ବାଲିସିସି, ପାହାଡିସିସି, ପଣଷ, ଜାମୁ, ଶିରିଶ, କୁଶୁମ ଇତ୍ୟାଦି ଗଛ ଲଗାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି । କାର୍ଯ୍ୟକ୍ରମରେ ଫୁଲବାଣୀ ବନାଞ୍ଚଳ ରେଞ୍ଜର ସଚ୍ଚିଦାନନ୍ଦ ସେଠୀ, ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନିମା କହଁର, ଜିଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ, ଦଳପଡା ଗ୍ରାମପଞ୍ଚାୟତ ସରପଞ୍ଚ ପଦ୍ମିନୀ ମଲିକ, ଲମ୍ବାବାଡି ୱାର୍ଡ ସଭ୍ୟା ଅନୁରାଧା ଦିଗାଲ ଏବଂ ସସ୍ମିତା କହଁର ପ୍ରମୁଖ ଚାରା ରୋପଣ କରିଥିଲେ । ସେହିପରି ବନ ମହୋତ୍ସବ କାର୍ଯ୍ୟକ୍ରମରେ କାଳିପଦର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ ମଲିକଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ମଧ୍ୟ ସାମିଲ ହୋଇଥିଲେ । ବ୍ରୁତଙ୍ଗ (ଉତ୍ତର) ଖେସ୍ରା ଜଙ୍ଗଲରେ ଅନୁଷ୍ଠିତ ବନ ମହୋତ୍ସବ କାର୍ୟ୍ୟକ୍ରମ ଶେଷରେ ବନରକ୍ଷୀ ଗାୟତ୍ରୀ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ।
ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ : ୨୦ ହଜାର ବିଭିନ୍ନ କିସମର ଗଛ ଲଗାଯିବାକୁ ବିଭାଗ ପ୍ରସ୍ତୁତ !!!

