ଭକ୍ତ ଭଗବାନ ଙ୍କ ମହାମିଳନ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ଆରାଧ୍ୟା ଦେବତା ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ଜୀଉ ଙ୍କ ଶ୍ରୀଗୁଣ୍ଡିଚା ଅବସରରେ ରଥଯାତ୍ରା ମହା ସମାରୋହରେ ପାଳିତ ହୋଇଛି । ଶ୍ରୀଗୁଣ୍ଡିଚା ଅବସରରେ ମହାପ୍ରଭୁ ଦଧିବାମନ ଜୀଉ ଙ୍କ ସକାଳୁ ମଇଲମ ତଡପ ଲାଗି ନୀତି ଅନୁଷ୍ଠିତ ହୋଇଥାଲା । ଏହା ପରେ ମହାପ୍ରଭୁ ଦଧିବାମନ ଜୀଉଙ୍କୁ ସେବାୟତ ମାନେ ମନ୍ଦିରରୁ ପହଣ୍ଡି କରି ରଥାରୁଢ଼ କରିଥିଲେ । ସେବାୟତ ସୁବାସ ଚନ୍ଦ୍ର ମିଶ୍ର ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ । ଅପରାହ୍ନ ଚାରିଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇ ସଂଧ୍ୟା ପୂର୍ବରୁ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା । ଦୀର୍ଘ ଦୁଇବର୍ଷ ପରେ ରଥଯାତ୍ରା ହେଉଥିବାରୁ ଭକ୍ତ ମାନଙ୍କ ମନରେ ଆନନ୍ଦ ଉଲ୍ଲାସ ପରିଲକ୍ଷିତ ହୋଇଥିଲା । ରଥଯାତ୍ରା ଦେଖିବା ନିମନ୍ତେ ପ୍ରବଳ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା । ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳା କରିବା ନିମନ୍ତେ ନିଶ୍ଚିନ୍ତକୋଇଲି ତହସିଲର ଅତିରିକ୍ତ ତହସିଲଦାର କ୍ରିଷ୍ଣା ପାଢୀ ଙ୍କ ସମେତ ନିଶ୍ଚିନ୍ତକୋଇଲି ଥାନା ଅଧିକାରୀଣୀ ଚିନ୍ମୟୀ ସାହୁ ଓ ନେମାଳ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ଦଧିବାମନ ଜୀଉ ମନ୍ଦିର ମେନଜ୍ୟାଙ୍ଗ୍ ଟ୍ରଷ୍ଟି ଦେବେନ୍ଦ୍ର ନାଥ ଖୁଣ୍ଟିଆ ତତ୍ବାବଧାନରେ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *