ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ ବ୍ଲକ ଅନ୍ତର୍ଗତ ଧଳାପଥର କଳାପଥର ନୋଡାଲ ଉପ୍ରା ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ପୂର୍ବତନ ସିଆରସିସି ଜୟକୃଷ୍ଣ ଦାସଙ୍କ ଅବସରକାଳୀନ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶ୍ରୀଯୁକ୍ତ ଲୋକନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମିଶ୍ର, ମୁଖ୍ୟ ଅତିଥି ଭାବେ ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଲ୍ଯାଣୀ ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ଧରମୁଧର ଯୁଝାର ସିଂ ,ସରପଞ୍ଚ ଶ୍ରୀଯୁକ୍ତ ନାରାୟଣ ସାହୁ, ସମିତି ସଭ୍ୟ ଶ୍ରୀଯୁକ୍ତ ବିଜୟ କୁମାର ସୁବୁଦ୍ଧି, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ସରୋଜ କୁମାର ସୁବୁଦ୍ଧି, ବୋଲଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ସାହୁଙ୍କ ସମେତ ଅନେକ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦେଥିଲେ ।ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦାସ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ଆୟୋଜିତ ଏହି ସଭାରେ ବ୍ଯକ୍ତିମାନେ ଜଣେ ଉଚ୍ଚ ମାନର ଶିକ୍ଷକଙ୍କୁ ବିଦାୟ ଦେଇ ଦୁଃଖ ପ୍ରକାଶ କରିଥିଲେ। ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ଜୟକୃଷ୍ଣ ଦାଶ ତାଙ୍କ ବକ୍ତବ୍ଯରେ ଉକ୍ତ ସଭାର ଆୟୋଜନ ପାଇଁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଛାତ୍ରୀ ଓ ଉପସ୍ଥିତ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ସମୟାନୁବର୍ତ୍ତିତା, ଶୃଙ୍ଖଳା ଓ କର୍ତ୍ତବ୍ୟନିଷ୍ଠା ପ୍ରତି ଉପଯୁକ୍ତ ଧ୍ଯାନ ଦେବାପାଇଁ ପରାମର୍ଶ ଦେଇଥିଲେ। କୌଣସି କାର୍ଯ୍ୟକୁ ଛୋଟ ବଡ ନଭାବି ଯାହାବି କରିବା ନିଷ୍ଠାର ସହ କରିବାକୁ ପରାମର୍ଶ ଦେଇଥିଲେ। ପାଠପଢ଼ା ସହିତ ନିତିଶିକ୍ଷା, ସହପାଠ୍ଯ କାର୍ଯ୍ୟକଳାପକୁ ଗୁରୁତ୍ୱ ଦେବାକୁ ଶିକ୍ଷକମାନଙ୍କୁ କହିଥିଲେ। ଶେଷରେ ସଭାପତି ଓ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା ।
ବିଦାୟକାଳୀନ ସମ୍ବର୍ଦ୍ଧନା ସଭା !!!

