ବାଣପୁର ଶ୍ରୀ ଶ୍ରୀ ଚରଣ ଚକାଦେବ ଓ ଶ୍ରୀ ରଙ୍କନାଥ ଦେବଙ୍କ ବାହୁଡା଼ ଯାତ୍ରା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଆଜି ହେଉଛି ପବିତ୍ର ବାହୁଡା ଯାତ୍ରା , ୯ ଦିନ ପରେ ଜନ୍ମବେଦିରୁ ଶ୍ରୀମନ୍ଦିରକୁ ଫେରିଲେ ମହାବାହୁ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବଡହନ୍ତୁଆଡ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଚରଣ ଚକାଦେବ ଓ ବାଣପୁର ବଜାର ସାହିରେ ଥିବା ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କମିଟି ପକ୍ଷରୁ ପୂର୍ବ ପ୍ରସ୍ତୁତିରେ ବୈଦିକ ରୀତି ନୀତି ରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା । ପରେ ଶ୍ରୀ ଜୀଉ ମାନଙ୍କୁ ରଥାରୁଢ଼ କରାଇବା ପରେ ଜଗନ୍ନାଥ ଶ୍ରୀ ଚରଣ ଚକାଦେବଙ୍କ ରଥକୁ ଭାଟପଢା ରାଜା ଓ ଶ୍ରୀ ରଙ୍କନାଥ ଦେବଙ୍କ ରଥକୁ ପାରିକୁଦ ରାଜା ଛେରା ପହଁରା କରିଥିଲେ । ତାପରେ ହଜାର ହଜାର ଶ୍ରଦ୍ଧାଳୁ ରଥ କୁ ଟାଣି ଟାଣି ମନ୍ଦିର ନିକଟକୁ ନେଇଥିଲେ । ବାଟରେ ମାଉସୀ ମାଆ ମନ୍ଦିର ରେ ପୋଡ ପିଠା ଖାଇ ପୁଣି ଯାତ୍ରା ଆରମ୍ଭ କରିଥିଲେ । ଗତଦୁଇ ବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ଭଗବାନ ଙ୍କ ଏହି ଅପୂର୍ବ ରଥଦାଣ୍ଡ ବିଜେ ଦେଖିବା ପାଇଁ ଚାହିଁ ବସିଥିବା ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ପଲଟନ ପଡିଆ ଓ ବାଣପୁର ବଜାର ସାହିରେ ।

Leave a Reply

Your email address will not be published. Required fields are marked *