ପାରଳାଖେମୁଣ୍ଡି : ପବିତ୍ର ରଥଯାତ୍ରା ଅବସର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଶେଷ ସଂଧ୍ୟା !!!

0
239

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଠାରେ ପବିତ୍ର ରଥଯାତ୍ରା ଅବସର ରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଂସ୍କୃତି ବିଭାଗ ଦ୍ୱାରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପ ରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ , ବାହୁଡ଼ାଯାତ୍ରା ଦିନ ସନ୍ଧ୍ୟାରେ ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ (ଭଜନ ସମାରୋହ ) ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ସଂସ୍କୃତି ପରିଷଦ ର ମିଳିତ ଆନୁକୂଲ୍ୟ ରେ ଆୟୋଜିତ ଏହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶ୍ରଦ୍ଧାଳୁ ମାନେ ଭରପୁର ଉପଭୋଗ କରିଥିଲେ l ଚଳିତ ରଥଯାତ୍ରା ପରଦିନ ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶ୍ରଦ୍ଧାଳୁ ସମାଗମକୁ ଦୃଷ୍ଟିରେ ରଖି ସେମାନଙ୍କ ମନୋରଞ୍ଜନ ପାଇଁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା l ଏହି ଆଠଦିନ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଦିନର ସନ୍ଧ୍ୟାରେ ଓଡିଶୀ , ଭାରତ ନାଟ୍ୟମ ଓ କୁଚୁପୁଡ଼ି ନୃତ୍ୟ ସମେତ ଭଜନ ନୃତ୍ୟ , ସମ୍ବଲପୁରୀ ଓ ଭଜନ ସନ୍ଧ୍ୟା ପ୍ରଭୃତି ପରିବେଷଣ କରା ଯାଇଥିଲା l ସେହିଭଳି ବାହୁଡା ଯାତ୍ରା ଦିନ ଶେଷ ସନ୍ଧ୍ୟାରେ ସୁଦୂର ବ୍ରହ୍ମପୁରର କଳାକାର ମାନେ ଆସି “ଭକ୍ତି ନୈବେଦ୍ୟ” ସଂଗୀତ ପରିବେଷଣ କରିଥିଲେ l ଏହି “ଭକ୍ତି ନୈବେଦ୍ୟ” ପୂର୍ଣ୍ଣ ସଂଗୀତ ସଂଗୀତ କାର୍ଯ୍ୟକ୍ରମ’କୁ ଶ୍ରଦ୍ଧାଳୁ ମାନେ ରାତି 11 ଟା ସମୟ ପର୍ଯ୍ୟନ୍ତ ଉପଭୋଗ କରିବା ସହ ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିବା ଏଭଳି କାର୍ଯ୍ୟକ୍ରମକୁ ସମସ୍ତେ ସାଦରେ ଗ୍ରହଣ କରିଥିଲେ l ଏହି ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉପ-ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ , ପାରଳା ପୌର ପରିଷଦର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା , ଜିଲ୍ଲା ସଂସ୍କୃତି ସଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here