ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଢୋଲପଥର ଡ୍ୟାମରେ ଭାସୁଥିଲା ଯୁବକଙ୍କ ମୃତଦେହ , ପୁଲିସ ର ତଦନ୍ତ ଜାରି . ଟମକା ଥାନା ଅନ୍ତର୍ଗତ କିଆଝର ଗ୍ରାମର ମକୁର ମୁଣ୍ଡାଙ୍କ ପୁଅ ବାବୁଲି ମୁଣ୍ଡା ସୁକିନ୍ଦା ସଂସାଇଲୋ ଗ୍ରାମର ବନ୍ଧୁ ଘର ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯୋଗ ଦେବାପାଇଁ ଆସି ତିନିଦିନ ହେବ ନିଖୋଜ ଥିଲେ . ଆଜି ସକାଳୁ ସ୍ଥାନୀୟ ଲୋକେ ସଂଶାଇଲୋ ପାଖ ଢୋଲପଥର ଡ୍ୟାମର ପାଖକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଡ୍ୟାମର ଗଭୀର ପାଣି ମଧ୍ୟରେ ଏକ ଶବ ଭାସୁଥିବା ଦେଖିଥିଲେ . ସୁକିନ୍ଦା ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେବା ପରେ ସୁକିନ୍ଦା ପୋଲିସ ଶବ ଉଦ୍ଧାର କରିବା ପରେ କିଆଝର ଅଞ୍ଚଳର ନିଖୋଜ ଥିବା ଯୁବକ ବାବୁଲି ମୁଣ୍ଡଙ୍କର ବୋଲି ଜଣା ପଡ଼ିଥିଲା . ଯୁବକଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ସ୍ଥାନୀୟ ପୋଲିସ ଶବ ବ୍ୟଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।
ସୁକିନ୍ଦା ଢୋଲପଥର ଡ୍ୟାମରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ : ପୁଲିସ ର ତଦନ୍ତ ଜାରି !!!

