ଦଶମ ପରୀକ୍ଷାରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଓଡିଶା କମ୍ପ୍ୟୁଟର ଏକାଡେମୀ ବାଙ୍କୀ ଶାଖା ପକ୍ଷରୁ ଚଳିତ ବର୍ଷ ଦଶମ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଶାଖାର ନିର୍ଦ୍ଦେଶକ ଦେବୀଦତ୍ତ ବିଭୁତିରାୟ ପିଲା ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଡମିନ୍ ଅଫିସର ପ୍ରଶାନ୍ତ କୁମାର ଜେନା, ଏକାଡେମୀ ହେଡ୍ ପାରମିତା ସାମଲ, ରଶ୍ମିତା ବେହେରା, ମମତା ମହାପାତ୍ର , ପ୍ରଜ୍ଞା ପ୍ରୀୟଦର୍ଶିନୀ ଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *