କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ଭାରତର ସବୁଠାରୁ କୁଶ୍ଚିତ ଆଦର୍ଶକୁ ପ୍ରତିନିଧିତ୍ୱ କରୁଛନ୍ତି ଦ୍ରୋପଦି ମୁର୍ମୁ – କଂଗ୍ରେସ ନେତା ଅଜୟ କୁମାରଙ୍କ ଏହି ମନ୍ତବ୍ୟ କୁ ଵିରୋଧ କରି ଭାଜପା କଟକ ନଗର ଯୁବମୋର୍ଚା ତରଫରୁ କଟକ ଚଣ୍ଡୀ ଛକରେ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ବିଜେପିର ନେତା ମାନେ କହିଥିଲେ ଯେ ଶ୍ରୀମତୀ ଦ୍ରୋପଦି ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀନୀ ଭାବେ ଆଦିବାସୀ, ମହିଳା ଓ ଗରୀବ ଲୋକଙ୍କ ପ୍ରତିନିଧିତ୍ୱ କରୁଛନ୍ତି। କଂଗ୍ରେସ ଦଳର ନେତା ଏଭଳି କୁଶ୍ଚିତ ଆରୋପ କରି କେବଳ ଦ୍ରୋପଦି ମୁର୍ମୁଙ୍କୁ ନୁହେଁ, ଭାରତର ସମଗ୍ର ଆଦିବାସୀ ସମ୍ପ୍ରଦାୟ,ମହିଳା ଓ ଗରିବ ଲୋକଙ୍କୁ ଅପମାନିତ କରିଥିବାରୁ ଏଥିପାଇଁ କ୍ଷମା ମାଗିବାକୁ ପଡିବ । କଂଗ୍ରେସ ନେତା ଅଜୟ କୁମାର ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରି ବିଜେପି କର୍ମୀ ମାନେ କଂଗ୍ରେସ ବିରୋଧୀ ସ୍ଲୋଗାନ ଦେଇଥିଲେ । ଯୁବମୋର୍ଚା ସଭାପତି ସତ୍ୟବ୍ରତ ମିଶ୍ରଙ୍କ ପୌରୋହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ କଟକ ନଗର ସଭାପତି ସର୍ବଶ୍ରୀ ଲଲାଟେନ୍ଦୁ ବଡୁ, ଶ୍ରିତମ ଦାସ, ସିକନ୍ଦର ଅଲ୍ଲି, ରଶ୍ମିରେଖା ଦାସ, ଦେବାଶିଷ ରାୟ, ପ୍ରବୀଣା ମହାପାତ୍ର, ରତନ ମହାନ୍ତି, ନମିତା ମିଶ୍ର, ଶରତ ଭୋଳ, ଜୟକୃଷ୍ଣ ସ୍ବାଇଁ, ମହମ୍ମଦ ସବିର, ଶିବ ନାଏକ, ସୁବାଷ ତ୍ରିପାଠୀ, ସଂଗ୍ରାମ ସିଂ, ୱାଇ ୱାଣୀ, ସ୍ନେହମଞ୍ଜରୀ ମହାନ୍ତି, ତାରାପ୍ରସାଦ ମହାନ୍ତି, ରମେଶ ପ୍ରଧାନ, ବିଜୟ ସେଠୀ, କଲ୍ୟାଣି ମହଲା, ଶିଳ୍ପାସୌମିତ୍ରୀ ଗିରି ଗୋସ୍ୱାମୀ, ଡେଜ଼ୀନା ବେହେରା, ଶାଶ୍ୱତ ନାଏକ, ସତ୍ୟଜିତ ମହଲା, ଜୀବନଜ୍ୟୋତି ଦାସ, ପ୍ରଦୀପ ତିୱାରୀ, ସତ୍ୟ ରଞ୍ଜନ ଦାସ , ସୌମ୍ୟରଂଜନ ଷଡଙ୍ଗୀ, ସତ୍ୟଜିତ ବାରିକ , ଅଲେଖ ନାଏକ , ରାଜେଶ ଜେନା , ଶମ୍ଭୁ ବେହେରା , ଅନିକେତ ଦାସ , ଅସିତ ପେଦିନି, ସୁଶାନ୍ତ କୁମାର ରଂଜିତ , ସତ୍ୟ ରଞ୍ଜନ ଦଳାଇ , ବିଜୟ କୁମାର ମଲିକ, ବିବେକ ଶର୍ମା, ଶ୍ରୀନିବାସ ରେଡି , ସଦାନନ୍ଦ ବିଶ୍ୱାଳ , ଶିବ ଦାସ , ରଶ୍ମି ମହାପାତ୍ର, ଅମ୍ରିତ ଆଚାର୍ଯ୍ୟ , ଜିତେନ୍ଦ୍ର ସାହୁ , ରାକେଶ ସାହୁ , ନିତୁ ଦାସ , ରୁନା ସାହୁ , କୃପାସିନ୍ଧୁ ବିଶ୍ୱାଳ, ଜିତୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
କଟକ ନଗର ବିଜେପି ର ରାହୁଳ ଗାନ୍ଧୀ ଓ ଅଜୟ କୁମାର ଙ୍କ କୁଶ ପୁତ୍ତଳିକା ଦାହ !!!

