ଖବର ପ୍ରସାରଣ ପରେ ସାମାନ୍ୟ ସୁଧୁରିଲା ସ୍ଥିତି : ଚେତିଲା ବାଙ୍କୀ ପ୍ରଶାସନ !!!

0
249

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଲଗାଣ ବର୍ଷାରେ ଅବସ୍ଥା ହୋଇଥିଲା ବେହାଲ . ବାଙ୍କୀ ବ୍ଲକ କଳାପଥର ପଞ୍ଚାୟତ ଲେମ୍ବେରୀ ଗ୍ରାମ ଜଳବନ୍ଦୀ ହୋଇ ରହିଥିବା ସମୟରେ ଗମନାଗମନ ବ୍ୟବସ୍ଥାରେ ଦେଖା ଦେଇଥିଲା ସମସ୍ୟା . ତେବେ ଘଟଣା ସମ୍ପର୍କରେ ଖବର ପ୍ରସାରଣ ପରେ ବାଙ୍କୀ ପ୍ରଶାସନର ନିଦ ଭାଙ୍ଗିଛି . ଜଳମଗ୍ନ ହୋଇଥିବା ରାସ୍ତାରେ କ୍ରସର ଡଷ୍ଟ ପକାଯିବା ପରେ ଗମନାଗମନରେ ଆସିଛି ସାମାନ୍ୟ ସୁଧାର .

ଗତ ସପ୍ତାହରେ ଲଗାଣ ବର୍ଷାରେ ଲେମ୍ବେରୀ ଗ୍ରାମରେ ହୋଇଥିଲା ଜଳବନ୍ଦୀ ଅବସ୍ଥା . ଏହାର ପ୍ରଭାବାରେ ନିକଟସ୍ଥ କୃଷ୍ଣପଲ୍ଲୀ ଗ୍ରାମ ବାହ୍ୟ ଜଗତରୁ ହୋଇ ପଡିଥିଲା ବିଛିନ୍ନ . କଳାପଥର ପଞ୍ଚାୟତର ଲେମ୍ବେରୀ ଗ୍ରାମ ମୁଖ୍ୟ ରାସ୍ତା ରେ ୩ ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ଗ୍ରାମର ଅନେକ ଘର ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛି . ଗଛିତ ବର୍ଷା ଜଳ ନିଷ୍କାସନ କୁ ନେଇ ବିଭିନ୍ନ ସମୟରେ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ଙ୍କୁ ଲିଖିତ ମୌଖିକ ଅଭିଯୋଗ ଦିଆ ଯାଇଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ . ରାସ୍ତାର ଏଭଳି ଦୁରବସ୍ଥା କୁ ନେଇ ସ୍ଥାନୀୟ ଲେମ୍ବେରୀ ଗ୍ରାମର ଅଧିବାସୀଙ୍କ ସମେତ ୫ ଖଣ୍ଡରୁ ଉର୍ଦ୍ଧ ଗ୍ରାମର ଲୋକେ ସମସ୍ୟାରେ ପଡିବାପରେ ସ୍ଥାନୀୟ କିଛି ଲୋକଙ୍କ ଅଭିଯୋଗ ପରେ ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକ ଏବଂ ବାଙ୍କୀ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କୁ ତୁରନ୍ତ ଏ ସମସ୍ୟାର ସମାଧାନ ପାଈଁ ଦାବି କରିଥିଲେ .

LEAVE A REPLY

Please enter your comment!
Please enter your name here