ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚିଲିକା ବିଧାନସଭା ପାଇଁ କଂଗ୍ରେସ ଦଳ ପକ୍ଷରୁ ରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରଦୀପ କୁମାର ସ୍ୱାଇଁ । ସମର୍ଥକଙ୍କ ସହିତ ଗମ୍ଭାରୀମୁଣ୍ଡା ବଜାର ଠାରେ କଂଗ୍ରେସ କାର୍ଯ୍ୟାଳୟ ରୁ ଏକ ଶୋଭାଯାତ୍ରା ରେ ସହ ବାହାରି ଖୋର୍ଦ୍ଧା ଠାରେ ପହଂଚି ପ୍ରଥମେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ଏହି ଶୋଭାଯାତ୍ରାରେ ଚିଲିକାର କଂଗ୍ରେସ ର ବାଣପୁର ଓ ଚିଲିକା ବ୍ଲକ ର ସଭାପତି,ବାଣପୁର ବିଜ୍ଞାପିତ ଅଂଚଳ ଓ ବାଲୁଗାଁ ବିଜ୍ଞାପିତ ଅଂଚଳର ସଭାପତି ଓ କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ । ଚିଲିକାବାସୀ କଂଗ୍ରେସ ଦଳକୁ ସମର୍ଥନ ଦେଲେ ଆଗାମୀ ଦିନରେ ଦୁର୍ନୀତି , ଭ୍ରଷ୍ଟାଚାର , ନାରି ନିର୍ଯ୍ୟାତନା ଏବଂ ଖଣିଖାଦାନର ଦୁର୍ନୀତି ସମ୍ପୁର୍ଣ୍ଣ ରୂପେ ମୂଳତ୍ପୋଟନ କରିବା ସଂଗେ ସଂଗେ ଅଲିଖିତ ବିଜେଡି ବିଜେପି ମେଣ୍ଟ ସରକାରକୁ ଭାଙ୍ଗି ନଷ୍ଟ କରାଯିବ ବୋଲି କହି ଏଥର ଚିଲିକା ର ଭୋଟର ମାନେ କଂଗ୍ରେସ ଦଳ ଉପରେ ଆସ୍ଥା ପ୍ରକଟ କରି ବିପୁଳ ସଂଖ୍ୟାରେ ଭୋଟ ଦେଇ ତାଙ୍କୁ ଜୟଯୁକ୍ତ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ପ୍ରାର୍ଥୀପତ୍ର ଦାଖଲ କଲେ ଚିଲିକା କଂଗ୍ରେସ ବିଧାନସଭା ପ୍ରାର୍ଥୀ ପ୍ରଦୀପ କୁମାର ସ୍ବାଇଁ !!!

