ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମାଟିଆ ସାହି ଛକ ନିକଟରେ କାଞ୍ଚି କାମାକ୍ଷୀ ପୂଜା ଅନୁଷ୍ଠିତ ହୋଇଛି।ଏହା ପ୍ରତି ବର୍ଷ କରାଯାଏ।ଏହି ପୂଜା ଦଶହରା ଦିନ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ହୋଇ ଥାଏ ।ସାତଦିନ ଚଣ୍ଡୀ ପାଠ କରାଯାଏ। କାଞ୍ଚି କାମାକ୍ଷୀ ଦେବୀ ସୁନାରୀ ମାନଙ୍କର ଘରୋଇ ଇଷ୍ଟ ଦେବୀ ଅଟନ୍ତି। ଏହି ପୂଜା ସୁଦୂର ତାମିଲନାଡୁ ରୁ ଆରମ୍ଭ ହୋଇଥିବା ର ଜଣା ପଡ଼ିଛି।ସନ୍ଧ୍ୟା ହେଲେ କାଞ୍ଚି କାମାକ୍ଷି ଦେବୀଙ୍କ ଦର୍ଶନ ସକାଶେ ଭକ୍ତଙ୍କ ସୁଅ ଛୁଟୁଛି।ଏହି ପୂଜା କୋଭିଡ଼ି ଗାଇଡ଼ ଲାଇନ ଅନୁଯାୟୀ ଅନୁଷ୍ଠିତ ହୋଇଛି।
ପାରଳାରେ କାଞ୍ଚି କାମାକ୍ଷୀ ପୂଜା ଅନୁଷ୍ଠିତ !!

