ଦେବଦୁତ ସାଜିଲା ଅଗ୍ନିଶମ ବାହିନୀ : ବାଣପୁର କୋତରି ଗ୍ରାମରେ ଜଳବନ୍ଦୀ ରୁ ଉଦ୍ଧାର ହେଲେ ଗର୍ଭବତୀ ମହିଳା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଲଗାଣ ବର୍ଷା ଫଳରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଏବଂ ଏନଏସି ର ବହୁ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ କେତେକ ସଡ଼କ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡିଛି । ଏକାଧିକ ବାସିନ୍ଦାଙ୍କ ଘରେ ଫୁଟେ ଫୁଟେ ପାଣି ପ୍ରବେଶ କରିଥିବା ବେଳେ ଜନସାଧାରଣଙ୍କୁ ଉଦ୍ଧାର କରିବାରେ ସମ୍ପୂର୍ଣ୍ଣ ଫେଲ ମାରିଛି ପ୍ରଶାସନ। ଜନସାଧାରଣ ଏହି ବିପଦ ସମୟରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଖୋଜୁଥିବା ବେଳେ କାହାର ଦେଖା ମିଳୁନଥିବା ଅଭିଯୋଗ କରିଛନ୍ତି । ତେବେ ଉକ୍ତ ବିଭିଷିକା ମଧ୍ୟରେ ଏକ ପରିବାର ଜଳବନ୍ଦୀରେ ଦୀର୍ଘ ଘଣ୍ଟା ଧରି ଫସି ରହିଥିବା ବେଳେ ଶେଷରେ ସେମାନଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଖବର ମୁତାବକ ବାଣପୁର ବ୍ଲକ ଅନ୍ତର୍ଗତ କୋତରି ଗ୍ରାମର ଏକ ପରିବାରର ଚାରି ଜଣ ସଦସ୍ୟ ଜଳବନ୍ଦୀରେ ଦୀର୍ଘ ସମୟ ଧରି ଫସି ରହିଥିଲେ । ଯେଉଁଥିରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଥିଲେ । ଖବର ପାଇ ଖୋର୍ଦ୍ଧା ଏଏଫଓ ଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ ଉକ୍ତ ସ୍ଥାନକୁ ବାଣପୁର ଓ ବାଲୁଗାଁ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ଉକ୍ତ ପରିବାରର ସମସ୍ତ ଚାରି ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିଛନ୍ତି । ତେବେ ବିପଦ ସମୟରେ ଦେବଦୂତ ସାଜିଥିବା ଅଗ୍ନିଶମ ବାହିନୀର ଉକ୍ତ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *