କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଅସରାଏ ବର୍ଷାରେ କଳାପଥର ବୈଦେଶ୍ବର ରାସ୍ତାରେ ପାଣିର ସୁଅ , ନିର୍ମାଣର ଅଳ୍ପ ଦିନ ପରେ ରାସ୍ତା ରୁ ପିଚୁ ଗାଏବ . ଆରମ୍ଭ ହୋଇଯାଇଛି ଶ୍ରାବଣ ମାସର କାଉଡିଆ ଯାତ୍ରା । ବାଙ୍କୀ ର ପ୍ରମୁଖ ଶୈବପୀଠ ବୈଦେଶ୍ବର ର ତ୍ରିକୂଟ ଧାମରୁ ପ୍ରଥମ ପାଳିରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପାଣି ଉଠାଇ କଳାପଥର ଦେଇ ନୟାଗଡ ,ପୁରୀ , ଭୁବନେଶ୍ୱର ଯାଉଛନ୍ତି ଶିବ ମନ୍ଦିରରେ ଜଳ ଲାଗି କରିବା ପାଇଁ । କାଉଡିଆ ଯାତ୍ରା ପାଇଁ ସରକାରଙ୍କ ତରଫରୁ କୌଣସି ହିତକର ପଦକ୍ଷେପ ନିଆଯାଇନାହିଁ । ତେବେ ରାସ୍ତାର କଦର୍ଯ୍ୟ ଅବସ୍ଥା ସାଜିଛି ମୁଖ୍ୟ ସମସ୍ୟା , ବୈଦେଶ୍ବର ଠାରୁ କଳାପଥର ପର୍ଯ୍ୟନ୍ତ ରାସ୍ତା ନିକଟରେ ମରାମତି ହୋଇ ସଂପୁର୍ଣ୍ଣ ପିଚୁ ହୋଇଥିଲେ ମଧ୍ୟ ଦୁଇ ଦିନର ଲଗାଣ ବର୍ଷାରେ ବହୁସ୍ଥାନରେ ରାସ୍ତା ମଝିରେ ବଡ ବଡ ଖାଲଖମା ସହିତ ରାସ୍ତାର କଡପାଖରୁ ପିଚୁ ମେଣ୍ଟାଲ ଧୋଇ ହୋଇ କେବଳ କାଦୁଅ ବଳୟ ତିଆରି ହୋଇଛି । ଏଥିପ୍ରତି ଗ୍ରାମ୍ୟ ଉନ୍ନୟନ ବିଭାଗ କିମ୍ବା ବାଙ୍କୀ ବ୍କକର ସମସ୍ତ ପଂଚାୟତ ଜନ ପ୍ରତିନିଧି କେହି ସଚେତନ ନାହାନ୍ତି । ଛଅ ମାସ ତଳେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନବ ନିର୍ବାଚିତ ସରପଂଚ ମାନେ ଲୋକମାନଙ୍କୁ ରାସ୍ତାଘାଟର ବହୁ ଉନ୍ନତି କରିବେ ବୋଲି ପ୍ରତିଶୃତି ଦେଇଥିଲେ । ବୈଦେଶ୍ବର ବଡମ୍ବା ଟି ସେତୁ ନିର୍ମାଣ ହେବା ପରେ କଳାପଥର ମୂଖ୍ୟ ରାସ୍ତାରେ ବହୁ ଜିଲ୍ଲାର ଲୋକଙ୍କର ଯିବା ଆସିବା ହେଉଛି । ଦିନବେଳେ ବଡ ବଡ ଦଶ ଚକିଆ ଯାନବାହନର ଚଳାଚଳ ରାସ୍ତା ଖରାପ ସହିତ ବହୁତ ଦୁର୍ଘଟଣା ମାନ ଘଟାଉଛନ୍ତି । ସାଧାରଣ ଜନତା ଏଠି ସବୁ ଦେଖି ଚୁପ୍ ରହୁଛି । ବୈଦେଶ୍ବର ବଜାର, ପତନି ଛକ , ବଘେଇ ରାସ୍ତା ,କପିଳେଶ୍ବର ପେଟ୍ରୋଲ ଟାଙ୍କି ସାମ୍ନା ରାସ୍ତା , ତାରିଣି ଛକ ରାସ୍ତା ,କଳାପଥର ହରିଜନ ସାହି ରାସ୍ତା ମାନଙ୍କରେ ବିଶାଳକାୟ ଗର୍ତ୍ତ ମାନ ପ୍ରତିଦିନ ଦୁର୍ଘଟଣା ଘଟାଇ ଲୋକ ମାନଙ୍କର ଧନଜୀବନ ନଷ୍ଟ କରୁଛି । ବାଙ୍କୀ ପ୍ରଶାସନ ଏହି ଶ୍ରାବଣ ମାସରେ କାଉଡିଆ ଭକ୍ତ ଗଣ ତଥା ଜନସାଧାରଣଙ୍କର ଅମୂଲ୍ୟ ଜୀବନ ର ସ୍ବାର୍ଥ ଦୃଷ୍ଟିରୁ ବୈଦେଶ୍ବର କଳାପଥର ମୂଖ୍ୟ ରାସ୍ତାର ଖାଲଢିପ ଗୁଡିକ ତୁରନ୍ତ ମରାମତି କରିବାକୁ ଜନସାଧାରଣରେ ଦାବି ହେଉଛି ।
ଅସରାଏ ବର୍ଷାରେ କଳାପଥର ବୈଦେଶ୍ବର ରାସ୍ତାରୁ ପିଚୁ ଗାଏବ !!!

