ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ନୂତନ ଅତିରିକ୍ତ ଆଇଆଇସି ଭାବେ ରଶ୍ମିବାଳା ସେଠୀ ଯୋଗ ଦେଇଛନ୍ତି । ଶ୍ରୀମତୀ ସେଠୀ ଚଳିତ ବର୍ଷ ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇବା ପରେ ନିକଟରେ ତାଙ୍କର ଖୋର୍ଦ୍ଧା ଜିଲ୍ଲାକୁ ପ୍ରଥମ ପୋଷ୍ଟିଙ୍ଗ ହୋଇଥିଲା । ତେବେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଯୋଗ ଦେବାପରେ ଏସପି ତାଙ୍କୁ ବାଣପୁର ଥାନାରେ ଅତିରିକ୍ତ ଆଇଆଇସି ଭାବେ ନିଯୁକ୍ତି ଦେଇଛନ୍ତି । ବାଣପୁର ଥାନା ଜିଲ୍ଲାର ଏକ ବଡ଼ ଥାନା ହୋଇଥିବା ବେଳେ ଖାସ କରି ଏଠାକୁ ଅଧିକ ମହିଳା ଓ ଶିଶୁ ସମ୍ବନ୍ଧୀୟ ମାମଲା ଆସିଥାଏ । ତେଣୁ ଉକ୍ତ ଥାନାରେ ଅଧିକ ମହିଳା ଅଧିକାରୀଙ୍କ ଆବଶ୍ୟକ ଥିଲା, ଯାହାକି ଏବେ ପୂରଣ ହୋଇଛି । ସୂଚନା ଥାଉକି ପୂର୍ବତନ ବାଣପୁର ଥାନା ଅତିରିକ୍ତ ଆଇଆଇସି କାହ୍ନୁଚରଣ ସ୍ୱାଇଁଙ୍କ ଟାଉନ ଥାନାକୁ ବଦଳି ହେବାପରେ ଉକ୍ତ ପଦବୀ ଖାଲି ପଡିଥିଲା । ସେହିପରି ଭାବେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ଚନ୍ଦ୍ରଶେଖର ଜେନାଙ୍କୁ ଖୋର୍ଦ୍ଧା ଟାଉନ ଥାନାର ଅତିରିକ୍ତ ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି ।
ବାଣପୁର ଥାନାରେ ନୂତନ ଅତିରିକ୍ତ ଆଇଆଇସି ଭାବରେ ଯୋଗଦେଲେ ରଶ୍ମିବାଳା ସେଠୀ !!!

