ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଲଗାଣ ବର୍ଷା ରେ ତପସ୍ୟା ଆଶ୍ରମ ଶିଶୁ ଗୃହ ରେ କୁତ୍ରିମ ବନ୍ୟା । ନୟାଗଡ଼ ଘଡୁଆଳ ଠାରେ ଥିବା ତପସ୍ୟା ଶିଶୁ ଗୃହ ରେ ବର୍ଷା ପାଣି ପଶିଯିବାରୁ ଅନାଥ ଆଶ୍ରମ କୁ ଯିବା ଲାଗି ଛୋଟ ଛୋଟ ପିଲାମାନେ ଅସୁବିଧା ର ସମୁଖୀନ ହେଉଛନ୍ତି । ଲଗାଣ ବର୍ଷା ହେବା ଦ୍ବାରା ଡ୍ରେନ ପାଣି ରୋଡ଼ ଉପରକୁ ଆସି କୃତ୍ରିମ ବନ୍ୟା ସୃଷ୍ଟି ହେବା ସହ ରାସ୍ତା ତାଡି ହୋଇଯାଇଛି । ବର୍ଷା ପାଣି ଲାଗି ବିଭିନ୍ନ ଜନ୍ତୁ ମଧ୍ୟ ଭିତରେ ବୁଲୁଥିବା ଦେଖିବାକୁ ମିଳିଛି । ଏହି ସ୍କୁଲ କୁ ଯିବାଲାଗି ଅନ୍ୟ କୌଣସି ରାସ୍ତା ନଥିବାରୁ ପିଲାମାନେ ବାଧ୍ୟ ହୋଇ ପାଣି ପଶି ଭିତରେ ଯାଉଛନ୍ତି । ଏସମ୍ପର୍କରେ ଗ୍ରାମବାସୀ ମାନେ ସରପଞ୍ଚ, ସମିତି ସଭ୍ୟ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଡ୍ରେନ ପାଣି ବାହାର କରିବା ଏବଂ ରାସ୍ତା ମରାମତି କରିବା ପାଇଁ କେହି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି ।
ଲଗାଣ ବର୍ଷା ରେ ତପସ୍ୟା ଆଶ୍ରମ ଶିଶୁ ଗୃହ ରେ କୁତ୍ରିମ ବନ୍ୟା !!!

