ହିନ୍ଦୀ ଓ ଓଡ଼ିଆ ଭଜନ ଲୋକାର୍ପିତ !!

0
315

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭକ୍ତି ସଙ୍ଗୀତ ସଂସଦ ପରିସରରେ ହିନ୍ଦୀ ଓ ଓଡ଼ିଆ ଭଜନ ଭିଡ଼ିଓର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମହନ୍ତ ମହାରାଜ ଶ୍ରୀ ରାମନନ୍ଦ ଦାସ ଜି ଯୋଗ ଦେଇଥିବା ବେଳେ ବିଶିଷ୍ଠ ଓଡ଼ିଶୀ ସଙ୍ଗୀତ ତଥା ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର, ଅନୁଷ୍ଠାନର ସଭାପତି ବସନ୍ତ ଦାସ, ଉପ-ସଭାପତି ପ୍ରଦୀପ ନାୟକ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ । ଲୋକାର୍ପିତ ହୋଇଥିବା ଏହି ଭଜନ ଗୁଡିକରେ କଣ୍ଠ ଦାନ କରିଛନ୍ତି ଗୁରୁ ରଘୁନାଥ ପାତ୍ରଙ୍କ ସମେତ ତାଙ୍କ ଛାତ୍ରଛାତ୍ରୀ ଯଥା ଆଶୁତୋଷ ମିଶ୍ର, ଅନ୍ୱେସା ରଥ ଓ ଶୁଭଶ୍ରୀ ନାୟକ . ଏଥିରେ ଭାରତର ପ୍ରସିଦ୍ଧ କବି ସନ୍ଥ ସୁରଦାସ, ମୀରାବାଇଙ୍କ ରଚିତ ଦୁଇଟି ହିନ୍ଦୀ ଭଜନ ସ୍ଥାନ ପାଇଥିବାବେଳେ ବାବାଜୀ ଚରଣ ଜେନାଙ୍କ ଦୁଇଟି ଓଡ଼ିଆ ଭଜନ ସ୍ଥାନୀତ ହୋଇଛି । ଏହି ଗୀତଗୁଡିକର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁରୁ ରଘୁନାଥ ପାତ୍ର । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରାଜେଶ ପାତ୍ର,
ରାଜେନ୍ଦ୍ର ରଥ, ସ୍ନିଗ୍ଧା ମିଶ୍ର, ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଭିଭାବକ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here