କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ରଟିଙ୍ଗିଆ ଠାରେ ଥିବା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ପ୍ରଧାନ ଶିକ୍ଷକ ଚତୁର୍ଭୂଜ ସାହୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଏନ.ଲୁକ୍, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ଶିକ୍ଷକ ବଳରାମ ସାହୁ, ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ବନାଞ୍ଚଳ ଅଧିକାରୀ ମିନାକ୍ଷୀ କୁମୁରା, ଶିକ୍ଷକ ପଦାରବିନ୍ଦ ଆଚାର୍ଯ୍ୟ ପ୍ରମୁଖଙ୍କ ସହ ପ୍ରତିଷ୍ଠାତା ସଭ୍ୟ ମାନେ ଯୋଗ ଦେଇଥିଲେ । ବିଦ୍ୟାଳୟର ୨୮ ତମ ବର୍ଷ ପୂର୍ତ୍ତ ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ବିଜୟ କୁମାର ନାୟକ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କର ଅଧ୍ୟୟନ ଏବଂ ଭବିଷ୍ୟତ ଲକ୍ଷ୍ୟ ପୁରଣ ବାବଦରେ ଶିକ୍ଷକ ମାନେ ଧ୍ୟାନ ଦେବାକୁ ଅତିଥି ବୃନ୍ଦ ନିଜ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ଆଜିର ପ୍ରତିଷ୍ଠା ଦିବସରେ ପରିବେଶକୁ ସ୍ବଛ ଏବଂ ସୁସ୍ଥ ରଖିବାକୁ ହେଲେ ଗଛ ଲଗାଇବା ଏକ ମହତ୍ କାର୍ଯ୍ୟ, ଯାହାକି ଦୈନନ୍ଦିନ ଜୀବନରେ ପ୍ରାଣୀ ଜଗତ ବଞ୍ଚିବା ପାଇଁ ସ୍ବଛ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ବାନାଞ୍ଚଳ ଅଧିକାରୀ ମିନାକ୍ଷୀ କୁମୁରା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଶେଷରେ ସଂସ୍କୃତ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ଏ. ପି. ଜେ. ଅବଦୁଲ୍ କଲାମଙ୍କ ତିରୋଧାନ ଦିବସ ପାଳନ କରିବା ସହିତ ବିଦ୍ୟାଳୟରେ ବନ ମହୋତ୍ସବ ପାଳନ କରାଯାଇଥିଲା ।
ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ !!!

