ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ୱରେ ମହାମାରୀ କରୋନାକୁ ରୋକିବା ପାଇଁ ସରକାରୀ ତଥା ବେସରକାରୀ ସ୍ତରରେ ବହୁ ଉଦ୍ୟମ ଜାରି ରହିଛି । ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ନିରନ୍ତର ପ୍ରକ୍ରିୟାରେ ଏହି କାର୍ଯ୍ୟକ୍ରମ ଆଜକୁ ଦୀର୍ଘ ୮୫୯ ଦିନ ଧରି ନିରନ୍ତର ପ୍ରକ୍ରିୟାରେ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁଙ୍କ ନେତୃତ୍ୱରେ ଦିନ ସଂଖ୍ୟା ୮୫୫ ରୁ ୮୫୯ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକ ମାନଙ୍କୁ ସଚେତନ ସହ ମାଗଣା କରୋନା କିଟ୍ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି । ଏଥିରେ ସାଗର କୁମାର ଜେନାଙ୍କ ସମେତ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିବାର ଫାଉଣ୍ଡେସନ ପକ୍ଷରୁ ସୂଚନା ମିଳିଛି ।
୮୫୯ ତମ ଦିବସରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର କରୋନା କିଟ୍ ବଣ୍ଟନ !!!

