ଚିଲିକାରେ ଡଙ୍ଗାରୁ ଖସି କଲେଜ ପଢୁଆ ଯୁବକଙ୍କ ଚାଲିଗଲା ଜୀବନ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକାରେ ଡଙ୍ଗାରୁ ଖସି ପଡିଥିବା ଯୁବକଙ୍କ ଶବ ଉଦ୍ଧାର । ଚିଲିକା ର ୮ ନଂ କୁଦ ନିକଟରୁ ମାଛ ବାହାଣ ସାରି ଡଙ୍ଗାରେ ଫେରୁଥିବା ବେଳେ ଚିଲିକାର ଅଥଳ ଜଳ ରାଶିରେ ଖସି ପଡିଥିଲେ କଲେଜ ପଢୁଆ ଯୁବକ ରଶ୍ମି ରଞ୍ଜନ ମଲ୍ଲିକ । ଜଳରେ ଖସିବା ପରେ ବହୁ ଖୋଜା ଖୋଜି ପରେ ମଧ୍ୟ ଯୁବକଙ୍କର ପତ୍ତା ମିଳୁ ନଥିଲା । ବହୁତ ରାତି ହୋଇଯିବାରୁ ଶୁକ୍ରବାର ଦିନ ଖୋଜା ଖୋଜି ବନ୍ଦ ଥିଲା । ଶନିବାର ଦିନ ଦେଶୀ ଡଙ୍ଗା ସାହାଯ୍ୟରେ ଧିବର ମାନେ ଖୋଜା ଖୋଜି ଆରମ୍ଭ କରିଥିଲେ । ଗତକାଲି ସକାଳୁ ଖୋଜି ପାଇଛନ୍ତି ରଶ୍ମିଙ୍କର ମୃତ ଦେହ । ରଶ୍ମି ରଂଜନ ମଲିକଙ୍କ ବୟସ ୧୮ ବର୍ଷ । ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କନ୍ତଳ ବାଇ ଝାଟି ନୁଆ ଗାଁ ଗ୍ରାମରେ । ବାପା ନବ ମଲିକଙ୍କ ଏକ ମାତ୍ର ପୁତ୍ର ଥିଲେ ରଶ୍ମି ରଞ୍ଜନ । ବାବାଙ୍କ ସହ ଶୁକ୍ରବାର ଦିନ ଚିଲିକା ଯାଇଥିଲେ ବାହାଣ କରିବାକୁ । ଟାଟା ବନ୍ଧ ଠାରୁ ଆସୁଥିବା ବେଳେ ୮ ନଂ କୁଦ ନିକଟରେ ହୋଇଥିଲେ ନିଖୋଜ । ଗାଁରେ ଶବ ପଞ୍ଚିବାରେ ଦେଖିବାକୁ ମିଳିଥିଲା ଶୋକାକୁଳ ପରିବେଶ ।

Leave a Reply

Your email address will not be published. Required fields are marked *