କାଙ୍କଡ଼ପାଳ ଛକରେ ମୋବାଇଲ ଦୋକାନ ସଟର ତାଡି ଦାମୀ ସାମଗ୍ରୀ ଲୁଟ : ଭିଡିଓ ଭାଇରାଲ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଥାନା ଅନ୍ତର୍ଗତ କାଙ୍କଡ଼ପାଳ ଛକରେ ଥିବା ମୋବାଇଲ ଦୋକାନ ସଟର ତାଡି କିଛି ଅଜଣା ଲୁଟେରା ପଶି ବିଭିନ୍ନ ଦାମୀ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି . ମୋବାଇଲ ଦୋକାନ ମାଲିକ ଦୀପକ ନାୟକ ଏନେଇ ଆଜି କାଳିଆପାଣି ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ କାଳିଆପାଣି ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ଘଟଣା ସ୍ଥଳରେ ପହଞ୍ଚି ଦୋକାନ ମଧ୍ୟରେ ଲାଗିଥିବା CCTV ଭିଡିଓକୁ ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛି . ଲୁଟେରାଙ୍କ ଲୁଟ କାରନାମା CCTV ଭିଡିଓ ଏବେ ସ୍ଥାନୀୟ ଅଞ୍ଚଳରେ ବହୁ ମାତ୍ରାରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି .

Leave a Reply

Your email address will not be published. Required fields are marked *