ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ବିଭିନ୍ନ ସ୍ତରରେ ନିନ୍ଦା, ଘଟଣା କୁ କରାଯାଉଛି ରାଜନୀତି କରଣ . ସାମ୍ୱାଦିକ ଶ୍ରୀ ବାରିକଙ୍କୁ ଆଗରେ ରଖି ରାଜନୀତି କରୁଛି ନେମାଳ ପଞ୍ଚାୟତ ବିଜୁ ଜନତା ଦଳ । ଆକ୍ରମଣକାରୀ କୁ ଗିରଫ ଦାବୀ କଲା ବିଭିନ୍ନ ସାମ୍ୱାଦିକ ସଙ୍ଘ । ସାମ୍ୱାଦିକ ଶ୍ରୀ ବାରିକଙ୍କ ବିରୁଦ୍ଧରେ ଦାନା ବାନ୍ଧୁଛି ଜାତିଆଣ ଭାବ ଆକ୍ଷେପ କରିବା । ଘଟଣାକୁ ବିତିଗଲାଣି ୧୨ ଦିନ , ହେଲେ ଏବେ ବି ନୀରବ ନେମାଳ ଥାନା ପୋଲିସ । ଏଣୁ ମାରିଲେ ଗୋ ହତ୍ୟା, ତେଣୁ ମାରିଲେ ବ୍ରହ୍ମ ହତ୍ୟା , ଏପରି ସ୍ଥିତିରେ ପଡିଛି ତଦନ୍ତକାରୀ ସଂସ୍ଥା . ନିଶ୍ଚିନ୍ତକୋଇଲି ବ୍ଲକ ରେ କାର୍ଯ୍ୟରତ ସାମ୍ୱାଦିକ ରତ୍ନାକର ବାରିକଙ୍କୁ ଗତ ତା ୨୨/୦୭/୨୦୨୨ ରିଖ ଶୁକ୍ରବାର ସନ୍ଧ୍ୟାରେ ଦୁର୍ବୁତ୍ତ ମାନେ ଆକ୍ରମଣ କରିଥିବା ନେଇ ଶ୍ରୀ ବାରିକଙ୍କ ପତ୍ନୀ ତେଜସ୍ଵୀନି ବାରିକ ନେମାଳ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ . ଅପରପକ୍ଷେ ଶ୍ରୀ ବାରିକ ନେମାଳ ପଞ୍ଚାୟତ କଣ୍ଟାପାରି ଗ୍ରାମର ବିଭୂତି ଭୂଷଣ ଦ୍ବିବେଦୀ ଙ୍କୁ ମାଫିଆ ବୋଲି କହିବା ସହ ସେହି ଗ୍ରାମର ସୁଶାନ୍ତ ଦାସ ଙ୍କୁ ଜାତିଆଣ ଭେଦଭାବ ନେଇ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ଆସିଥିଲା । ନେମାଳ ଥାନା ରେ ଉଭୟ ବିଭୂତି ଭୂଷଣ ଦ୍ବିବେଦୀ ଓ ସୁଶାନ୍ତ ଦାସ ସାମ୍ବାଦିକ ଶ୍ରୀ ବାରିକଙ୍କ ବିରୁଦ୍ଧରେ ଦୁଇଟି ପୃଥକ ଏତଲା ଦାୟର କରିଥିଲେ । ନେମାଳ ଥାନା ପୋଲିସ କେସ ନଂ ୧୩୦ / ୨୦୨୨ , ୧୩୧ / ୨୦୨୨, ୧୩୨ / ୨୦୨୨ ରେ ତିନୋଟି ମାମଲା ରୁଜୁ କରିଥିଲା । ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ନିନ୍ଦା କରିଛନ୍ତି । ଘଟଣା କୁ ୧୨ ଦିନ ବିତିଲାଣି ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ବ୍ରହ୍ମ ହତ୍ୟା ନୀତିରେ ନେମାଳ ଥାନା ପୋଲିସ ନୀରବଦ୍ରଷ୍ଟା ସାଜିଛି । ଏଠାରେ ସୂଚନା ଥାଉକି ଶ୍ରୀ ଦ୍ବିବେଦୀ ଜଣେ ପରୋପକାରୀ ସମାଜସେବୀ ଅଟନ୍ତି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଶ୍ରୀ ଦ୍ବିବେଦୀ ଙ୍କ ଧର୍ମପତ୍ନୀ ଶ୍ରୀମତୀ ପୁଷ୍ପିତା ପଣ୍ଡା ସ୍ଵାଧୀନ ଭାବରେ ନେମାଳ ଗ୍ରାମ ପଞ୍ଚାୟତ ରୁ ସରପଞ୍ଚ ପ୍ରାର୍ଥୀନୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ । ଶ୍ରୀ ଦ୍ବିବେଦୀ ଙ୍କ ପରୋପକାରିତା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତି ତାଙ୍କର ଅନୁଗତ ହୋଇଥିବାରୁ ଶାସକ ବିଜୁ ଜନତା ଦଳର କର୍ମୀ ଓ ନେତା ମାନେ ଶ୍ରୀ ଦ୍ବିବେଦୀ ଙ୍କ ଲୋକପ୍ରିୟତାକୁ ଦେଖି ସହି ପାରୁ ନାହାଁନ୍ତି ବୋଲି ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି । ଶ୍ରୀ ଦ୍ବିବେଦୀ ନେମାଳ ପଞ୍ଚାୟତ ଅନ୍ତର୍ଗତ ବହୁ ଅସହାୟ ଗରିବ ପରିବାରଙ୍କୁ ତାଙ୍କ ବ୍ୟକ୍ତିଗତ ଅର୍ଥରେ ସାହାଯ୍ୟ ସହଯୋଗ କରିବା ସହ କିଭଳି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସାଧାରଣ ଜନତା ଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନାର କାର୍ଯ୍ୟକ୍ରମ ସଠିକ୍ ଢ଼ଙ୍ଗରେ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେଇଥାନ୍ତି । ବିଗତ ଦିନରେ ନେମଳ ପଞ୍ଚାୟତ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ହେରଫେର ଓ ଅର୍ଥ ତୋଷରପାତ ହୋଇଥିବା ନେ଼ଇ ଶ୍ରୀ ଦ୍ବିବେଦୀ ନିକଟ ଅତୀତରେ ଜିଲ୍ଲାପାଳ କଟକ, ପ୍ରକଳ୍ପ ନିର୍ଦ୍ଦେଶକ କଟକ ଓ ଆମ୍ବୁଡ଼ସ୍ ମ୍ୟାନ ଙ୍କୁ ଅବଗତ କରାଇଥିଲେ । ବିଭିନ୍ନ କାର୍ଯ୍ୟରେ ହୋଇଥିବା ଅନିୟମିତତା ର ପର୍ଦ୍ଦାଫାଶ ହେଲେ ଶାସକ ଦଳୀୟ ସମର୍ଥିତ ସରପଞ୍ଚ ଓ ବିଜେଡ଼ି ନେତା ଓ କର୍ମୀ ଙ୍କ ପତିଆରା କମିଯିବା ଭୟରେ ନେମାଳ ପଞ୍ଚାୟତ ବିଜୁ ଜନତା ଦଳର କଛି ନେତା ଓ କର୍ମୀ ସାମ୍ୱାଦିକ ଶ୍ରୀ ବାରିକଙ୍କ ଆକ୍ରମଣ ଘଟଣାକୁ ରାଜନୀତିକରଣ କରି ଲୁକାୟୀତ ଭାବରେ ପ୍ରଚ୍ଛଦ ପଟରେ ରହି ଦୁର୍ନୀତି ର ପରଦା ଫାସ କୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ସାଧାରଣରେ ଆଲୋଚନା ହେଉଛି । ଏଠାରେ ସୂଚନା ଥାଉ ଶ୍ରୀ ବାରିକ ଙ୍କୁ ନ୍ୟାୟ ପ୍ରଦାନ କରିବା ଓ ତାଙ୍କ ଉପରେ ହୋଇଥିବା ଅଭିଯୋଗକୁ ବିନା ସର୍ତ୍ତ ରେ ଉଠାଇ ନେବା ପାଇଁ ବିଭିନ୍ନ ସାମ୍ୱାଦିକ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ତା ୨ /୦୮ /୨୦୨୨ରିଖ ମଙ୍ଗଳବାର ଦିନ ବିଭିନ୍ନ ସାମ୍ୱାଦିକ ସଙ୍ଘ ଏକାଠି ହୋଇ ନେମାଳ ଥାନା ଘେରାଉ କରିଥିଲେ । ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ପୀଠରୁ ସାମ୍ୱାଦିକ ମାନେ ଏକ ଶୋଭାଯାତ୍ରାରେ ଆସି ଥାନା ଘେରାଉ କରିଥିଲେ । ଆୟୋଜିତ ଶୋଭାଯାତ୍ରା ଓ ଘେରାଉ କାର୍ଯ୍ୟକ୍ରମରେ କିଛି ଅଣ ସାମ୍ୱାଦିକ (ଠିକାଦାରି କରୁଥିବା ଓ ମାସିକ ପାରିତୋଷିକ ଅର୍ଥ ପାଉଥିବା ଜୈନିକ ସରକାରୀ କର୍ମଚାରୀ)ଙ୍କୁ ଦେଖିବାକୁ ମିଳିଥିଲା । ସଂପୃକ୍ତ ବ୍ୟକ୍ତି ଜଣକ ବିଜୁ ଜନତା ଦଳର ଜଣେ ଦୃଢ଼ ସମର୍ଥକ ଏଥିରୁ ସ୍ପଷ୍ଟ ହେଉଛି ଯେ ନେମାଳ ବିଜୁ ଜନତା ଦଳ ଶ୍ରୀ ବାରିକଙ୍କୁ ଢାଲ କରି ନିଜର ଫାଇଦା ନେବାକୁ ଚେଷ୍ଟା କରୁଛି । ଏଠାରେ ସୂଚନା ଯୋଗ୍ୟ କି ସାମ୍ୱାଦିକ ଶ୍ରୀ ବାରିକ ଜାତିଆଣ ଭେଦଭାବ ନେଇ ସୁଶାନ୍ତ ଦାସ ଙ୍କୁ ଛୋଟଯାତି (କଣ୍ଡରା) କହିବାରେ ସ୍ଥାନୀୟ ଅଞ୍ଚଳର ବହୁ ଦଳିତ ସଂପ୍ରଦାୟର ବ୍ୟକ୍ତି ବିଶେଷ ମାନେ ସାମ୍ୱାଦିକ ଶ୍ରୀ ବାରିକ ଙ୍କ ବିରୁଦ୍ଧରେ ନେମାଳ ଥାନା ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏକତ୍ରିତ ହୋଇଥିବା ଜଣା ପଡ଼ିଛି । ଶ୍ରୀ ବାରିକ ଜାତିଆଣ ଭେଦଭାବ କହିଥିବା ଘଟଣା କୁ ନେଇ ଦଳିତ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଅସନ୍ତୋଷ ର ଦାନା ବାନ୍ଧୁଛି । ସାମ୍ୱାଦିକ ମାନଙ୍କ ନେମାଳ ଥାନା ଘେରାଉ କରିବାରେ ଘଟଣା ସ୍ଥଳରେ ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ଓ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପହଞ୍ଚି ଉକ୍ତ ଘଟଣାରେ ଜଡ଼ିତ ଥାନାରେ ରୁଜୁ ହୋଇଥିବା ତିନି ଗୋଟି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଉପସ୍ଥିତ ସାମ୍ବାଦିକ ମାନଙ୍କୁ କହିଛନ୍ତି । ଦେଖିବାକୁ ବାକି ରହିଲା ନେମାଳ ଥାନା ପୋଲିସ କାହାକୁ ଓ କେବେ ଗିରଫ କରୁଛି ।
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ର ଏପାଖ ସେପାଖ !!!

