ଗୋଷାଣୀ ବ୍ଲକ ରେ ବାଲ୍ୟ ବିବାହ ପ୍ରଥା ଏବଂ ନିଶାମୁକ୍ତି ନିବାରଣ ଅଭିଯାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୋଷାଣୀ ବିଡିଓ ନୀଳ ମାଧବ ମାଝି ଙ୍କ ତତ୍ତ୍ୱାବଧାନରେ ବାଲ୍ୟ ବିବାହ ପ୍ରଥା ଏବଂ ନିଶାମୁକ୍ତି ନିବାରଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . ଏହି କାର୍ଯ୍ୟକ୍ରମ ରେ ଗୋଷାଣୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ,ବ୍ଲକ ର ସମସ୍ତ କର୍ମଚାରୀ , ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ରହି ବ୍ଲକ କାର୍ଯ୍ୟାଳୟ ଠାରୁ ବାହାରି ବଡ଼ଗୋଷାଣୀ ଗ୍ରାମ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ରେ ଯାଇଥିଲେ . ଉକ୍ତ ଶୋଭାଯାତ୍ରା ରେ ଗାଁ ଓ ସହରରେ ନିଶା ମୁକ୍ତ ଭାରତ ଅଭିଯାନ ର ବାର୍ତ୍ତା ପ୍ରଚାର ସହ ବାଲ୍ୟ ବିବାହ ଦିଗରେ ଝିଅ କୁ ୧୮ ବର୍ଷ ଏବଂ ପୁଅ କୁ ୨୧ ବର୍ଷ ନ ହେବା ଯାଏଁ ବିବାହ ନ କରାଇବାକୁ ସଚେତନ କରାଯାଇଥିଲା . ଏହି କାର୍ଯ୍ୟକ୍ରମ ପରେ ସମିତି କାର୍ଯ୍ୟାଳୟ ପରିସର ଠାରେ ଏକ ଶପଥ ପାଠ ମଧ୍ୟ କରାଯାଇଥିଲା , ଯାହା କି ଗଜପତି ଜିଲାକୁ ଏକ ବାଲ୍ୟ ବିବାହ ଓ ନିଶା ମୁକ୍ତ ଜିଲ୍ଲା ଗଠନ କରିବା ନିମନ୍ତେ ଜିଲ୍ଲାପାଳ ଗଜପତିଙ୍କ ଏକ ଲକ୍ଷ୍ୟ ଅଟେ . ଆୟୋଜିତ କାର୍ଯ୍ୟକ୍ରମରେ ଗୁରାଣ୍ଡି ଥାନା ଏସ .ଆଇ ଏବଂ କର୍ମଚାରୀ ମାନେ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ .

Leave a Reply

Your email address will not be published. Required fields are marked *