ନୟାଗଡ଼ ତ୍ରିନାଥ ହୋଟେଲ ରୁ ମହିଳା ଙ୍କ ମୃତଦେହ ଉଦ୍ଧାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ତ୍ରିନାଥ ହୋଟେଲ ରୁ ମହିଳା ଙ୍କ ମୃତଦେହ ଉଦ୍ଧାର । ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଏହା ପଛରେ ପରକୀୟା ପ୍ରୀତି ଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ମୃତ ମହିଳା ଜଣଙ୍କ ଫତେଗଡ ଅଞ୍ଚଳର ସିଲି ବାଘା ସିଂ । ମହିଳା ଜଣଙ୍କ ବିବାହିତା ଥିବା ବେଳେ ଅନ୍ୟ ଜଣେ ପୁରୁଷ ଙ୍କ ସହିତ ତିନି ଦିନ ହେବ ତ୍ରିନାଥ ହୋଟେଲ ରେ ରହୁଥିଲେ । ଗତକାଲି ଅପରାହ୍ନରେ କୈାଣସି କାର୍ଯ୍ୟ ରେ ହୋଟେଲ ରୁ ବାହାରକୁ ଯାଇଥିଲେ । ବାହାରୁ ଆସି ଦେଖିବା ସମୟରେ ମହିଳା ରୁମ୍ ର କବାଟ ବନ୍ଦ କରି ରଖିଥିଲେ । ବହୁ ସମୟ କବାଟ ବାଡାଇବା ପରେ କବାଟ ନ ଖୋଲିବାରୁ ହୋଟେଲ କର୍ମଚାରୀ ଙ୍କୁ ଜଣାଇବା ପରେ ତାଲା ଭାଙ୍ଗିବା ପରେ ମହିଳା ଜଣଙ୍କ ନିଜ ଲୁଗା ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିଥିଲେ । ଖବର ପାଇ ନୟାଗଡ଼ ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *