ଦୋଳ ମଙ୍ଗଳା ଯୁବକ ସଂଘ ଦ୍ୱାରା କାର୍ଯ୍ୟାଳୟ ପରିସର ଏବଂ କେନାଲ ପାର୍ଶ୍ଵରେ ବୃକ୍ଷ ରୋପଣ !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଏକଘରିଆ ଗ୍ରାମ ନେହେରୁ ଯୁବ କେନ୍ଦ୍ର ଦ୍ବାରା ପରିଚାଳିତ ଦୋଳ ମଙ୍ଗଳା ଯୁବକ ସଂଘ ତତ୍ତ୍ଵାବଧାନରେ ସଂଘ କାର୍ଯ୍ୟାଳୟ ପରିସରରେ ଏବଂ କେନାଲ ପାର୍ଶ୍ଵରେ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ତାଳଚେର ରେଞ୍ଜର ଶ୍ରୀମତୀ ସୁକାନ୍ତି ଦେଈ, ବନପାଳ ଶ୍ରୀମତୀ ଜଲି ଦେହୁରୀ, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର, ହରିହରପୁର ପଞ୍ଚାୟତର ସମିତି ସଭ୍ୟ ପୁଷ୍ପଲତା ସାହୁ, ଯୁବକ ସଂଘର ସଭାପତି ନରେଶ ଚନ୍ଦ୍ର ଦେବତା, ସମ୍ପାଦକ ତ୍ରିଲୋଚନ ଶତପଥୀ, କୋଷାଧ୍ୟକ୍ଷ ସୁରଥ ଦେହୁରୀ ପ୍ରମୂଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଲୋଚନା ନାୟକ, ସୁନିଲ ନନ୍ଦ, ଶିକ୍ଷାବିତ ଲାଲମୋହନ ଶତପଥୀ, ଏକଘରିଆ ଗ୍ରାମ ସଭାପତି ଲମ୍ବୋଦର ଦେବତା, ଯୁବକ ସଂଘର ସଦସ୍ୟ ବିଶ୍ଵଜିତ ଶତପଥୀ, ଅଶ୍ଵିନୀ ଦେବତା, ଆଦିତ୍ୟ ଦେବତା, ଦେବବ୍ରତ ଶତପଥୀ ଓ ଗ୍ରାମବାସୀ ମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ୨୦୦ ରୁ ଅଧିକ କରଞ୍ଜ, ବାହାଡା, ହରିଡା, ଅଶ୍ୱତ୍ଥ, ଅଁଳା, ଶିଶୁ,ବଉଳ ଓ ଆମ୍ବ ପ୍ରଭୃତିର ଚାରା ଲଗାଯାଇଛି । ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *