ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବୋମା ମାଡ଼ ହୋଇଥିବାର ସୂଚନା ମିଳିଛି । ବାପା ଉପରେ ପୁଅ ଏବଂ ସହଯୋଗୀ ବୋମାମାଡ କରିଛନ୍ତି । ଏ ନେଇ ଆହତ ବାପା ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଭବାନୀପୁର ପଞ୍ଚାୟତ ଶାନ୍ତିନଗର ବାସିନ୍ଦା ସଠ ରାଉତରାୟ (୮୫) ଙ୍କ ଉପରକୁ ଆଜି ବଡି ଭୋରରୁ ତାଙ୍କ ବଡ଼ ପୁଅ ସୁବାସ ରାଉତରାୟ ଏବଂ ଅନ୍ୟ ସହଯୋଗୀ ଏକ ବୋମା ଫିଙ୍ଗି ଫେରାର ହୋଇ ଯାଇଛନ୍ତି । ସଠ ଶୌଚ ହେବା ପାଇଁ ବଡି ଭୋରରେ ନିଜ ଘର ସାମ୍ନା କେନାଲ କୁ ଯାଇଥିବା ବେଳେ ପୁର୍ବରୁ ସୁବାସ ଓ ଅନ୍ୟ ସହଯୋଗୀ ସେଠାରେ ଛପି ରହିଥିଲେ । ଶୌଚ ପରେ ସଠ କେନାଲରୁ ବାହାରୁଥିବା ସମୟରେ ଅଭିଯୁକ୍ତ ମାନେ ସଠ ଙ୍କ ଉପରକୁ ଏକ ହାତ ତିଆରି ବୋମା ଫୋପାଡ଼ିଥିଲେ । ଫଳରେ ସଠ କ୍ଷତବିକ୍ଷତ ହୋଇ ତଳେ ପଡି ଯାଇଥିଲେ । ପରିବାରବର୍ଗ ତାଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ । ଏ ନେଇ ସଠ ବାଣପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରି ଫେରିଛି । ତେବେ ବର୍ତ୍ତମାନ ସମସ୍ତ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି । ସଠ ଓ ତାଙ୍କ ବଡ଼ ପୁଅ ଙ୍କ ମଧ୍ୟରେ ପୁର୍ବରୁ ଶତ୍ରୁତା ଲାଗି ରହିଥିବା ବେଳେ ବଡ଼ ପୁଅ ଓ ତାଙ୍କ ପରିବାର ଘରେ ନରହି ଅନ୍ୟତ୍ର ରହୁଛନ୍ତି ।
ବାଣପୁରରେ ବାପା ଉପରକୁ ବୋମା ମାଡ କଲା ପୁଅ : ପୁଲିସ ର ତଦନ୍ତ ଜାରି !!!

