ନୟାଗଡ଼ ପୋଲିସ ରଖୁ ନାହିଁ ଅଭିଯୋଗ – ଗଣମାଧ୍ୟମ ଆଗରେ ଦୁଃଖ କହିଲେ ସୁରେଶ !

0
852

Loading

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ପୋଲିସ ରଖୁ ନାହିଁ ଅଭିଯୋଗ – ଗଣମାଧ୍ୟମ ଆଗରେ ଦୁଃଖ କହିଲେ ସୁରେଶ । ଆକ୍ରମଣ ଏବଂ ଅପହରଣ ଘଟଣାରେ ନୟାଗଡ ପୁଲିସ ର ନିଷ୍କ୍ରିୟତା ସମ୍ପର୍କରେ ଅଭିଯୋଗ ଆଣିଛନ୍ତି ନୟାଗଡ଼ ନୁଆ ରାଜବାଟି ସ୍ଥିତ ସୁରେଶ କୁମାର ସାହୁ । ସୁରେଶ ଓ ତାଙ୍କର ଦୁଇ ଝିଅ ଏଗାର ବର୍ଷର ଶ୍ରୀନୁ ଶିବାଙ୍ଗୀ ଏବଂ ସାତ ବର୍ଷର ତନୁଶ୍ରୀ ଘରେ ଥିବା ସମୟରେ , ତାଙ୍କର ଦୁଇ ଶଳା କନ୍ଧମାଳ ଜିଲ୍ଲା ଖଜୁରୀପଡା ନିକଟସ୍ଥ ଲାଇନ୍ ପଡା ଗ୍ରାମ ର ସିପୁନ ସାହୁ ଏବଂ ଜିତୁ ସାହୁ ଏବଂ ଅନ୍ୟ ପାଞ୍ଚ ଜଣ ଅପରିଚିତ ଯୁବକ ରାତି ନଅଟା ସମୟରେ ସୁରେଶଙ୍କ ନୟାଗଡ଼ ନୁଆ ରାଜବାଟୀ ଘରେ ପଶି ତାଙ୍କୁ ମାଡ ମାରିବା ସହିତ ତାଙ୍କ ଦୁଇ ଝିଅ ଙ୍କୁ ଉଠାଇ ନେଇଛନ୍ତି । ଏସମ୍ପର୍କରେ ସୁରେଶ ନୟାଗଡ଼ ଟାଉନ ଥାନା ରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ଟାଉନଥାନା ପୋଲିସ ଅଭିଯୋଗ ରଖୁ ନଥିବା କଥା ପ୍ରକାଶ କରିଛନ୍ତି । ସେ ନ୍ୟାୟ ପାଇବା ସହ ଝିଅ ମାନଙ୍କୁ ଫେରି ପାଇବା ଆଶାରେ ଗଣମାଧ୍ୟମର ସହାୟତା ନେଇଥିବା କଥା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here