କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚଳିତ ବର୍ଷର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାପଥର ଧଳାପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ବେହେରା ୬୦୦ ରୁ ୫୩୫ ନମ୍ବର ରଖି କଲେଜ ଟପର ହୋଇଛନ୍ତି । ମହାବିଦ୍ୟାଳୟ ତରଫରୁ ଚଳିତ ବର୍ଷ ୨୪୨ ଜଣ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୧୫ , ଦ୍ବିତୀୟ ଶ୍ରେଣୀରେ ୪୦ ଜଣ ଏବଂ ତୃତୀୟ ଶ୍ରେଣୀରେ ୬୧ ଜଣ ଛାତ୍ରଛାତ୍ରୀ କୃତିତ୍ବ ହାସଲ କରିଛନ୍ତି । ଛାତ୍ରଛାତ୍ରୀ ମାନଙ୍କର ସଫଳତା ପାଇଁ ମହାବିଦ୍ୟାଳୟର ପରିଚାଳନା କମିଟି , ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଅଧ୍ୟକ୍ଷ ସୁନନ୍ଦ କୁମାର ଛାଟୋଇ ଖୁସିବ୍ୟକ୍ତ କରିଛନ୍ତି । ଯୁକ୍ତ ଦୁଇ କଳାରେ ସର୍ବାଧିକ ୮୯% ନମ୍ବର ରଖିଥିବା ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ହେଉଛନ୍ତି ବୈଦେଶ୍ବର ଥାନା ଅନ୍ତର୍ଗତ ନାଟେରୀ ଗ୍ରାମର ବିପିନ କୁମାର ବେହେରାଙ୍କ ଝିଅ । ଛାତ୍ରୀଙ୍କର ଏଭଳି ସଫଳତାକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ବର୍ଷା ପ୍ରିୟଦର୍ଶିନୀ ବେହେରା କଳାପଥର ମହାବିଦ୍ୟାଳୟର + ୨ କଳା ଟପର !!!

