ଆଜାଦି କି ଅମୃତ ମହୋତ୍ସବ : ବାଣପୁର ଗୋଦାବରୀଶ ମହା ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ସାଇକେଲ ଶୋଭାଯାତ୍ରା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ବାଣପୁର ଗୋଦାବରୀଶ ମହା ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ସାଇକେଲ ଶୋଭାଯାତ୍ରା ! ସାରା ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହା ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ସାଇକେଲ ଶୋଭାଯାତ୍ରା ମାଧ୍ୟମରେ କାର୍ଯ୍ୟକ୍ରମ ପାଳନ କରିଛନ୍ତି । ଏହି ଅବସରରେ କଲେଜର ଛାତ୍ର ଛାତ୍ରୀ ମାନେ କଲେଜ ଛକରୁ ବାହାରି ଏକ ସାଇକେଲ ଶୋଭାଯାତ୍ରାରେ ଆଜାଦି ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା ର ନାରା ଦେଇ ବାଣପୁର ନଗର ପରିକ୍ରମା କରିବା ସହ ମା ଭଗବତୀ ମନ୍ଦିର ଦର୍ଶନ କରି ଶୋଭାଯାତ୍ରା ସମାପନ କରିଥିଲେ ।

Leave a Reply

Your email address will not be published. Required fields are marked *