କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚଳିତ ବର୍ଷର ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶିତ ହୋଇଛି । କଳାପଥର ଧଳାପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ବେହେରା ୬୦୦ ରୁ ୫୩୫ ନମ୍ବର ରଖି ବାଙ୍କୀ ମହାବିଦ୍ୟାଳୟ ସ୍ତରରେ ସର୍ବୋଚ୍ଚ ନମ୍ବର ରଖିବା ସହିତ ପଢୁଥିବା କଲେଜରେ ମଧ୍ୟ ଟପ୍ପର ହୋଇଛନ୍ତି । ବୈଦ୍ବେଶ୍ବର ପଞ୍ଚାୟତ ଅନ୍ତର୍ଗତ ନାଟେରୀ ଗ୍ରାମର ବିପିନ କୁମାର ବେହେରା ଓ ଉଷାରାଣୀ ବେହେରାଙ୍କର ଏକମାତ୍ର କନ୍ୟା ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ ।
ବହୁ ଆର୍ଥିକ ଅନାଟନ ଓ ସଂଘର୍ଷ ଭିତରେ ବିପିନ ବେହେରା ନିଜ ସ୍ବଳ୍ପ ବିଲରେ ଚାଷ କରି ଝିଅକୁ ପାଖ ମହାବିଦ୍ୟାଳୟରେ ପଢାଉ ଥିଲେ । ଦଶମ ପରୀକ୍ଷାରେ ଝିଅ ୮୪ % ନମ୍ବର ରଖିଥିଲେ ମଧ୍ୟ ବଡ କଲେଜରେ ନପଢେଇ ପାରିବାର ଦୁଃଖ ଆଜି ଝିଅ ଟପ୍ପର ହେବାରେ ଭୁଲି ଯାଇଛନ୍ତି । କୋଭିଡ୍ ମହାମାରୀ ସମୟରେ କଲେଜ ବନ୍ଦ ଥିବାବେଳେ ବହୁ କଷ୍ଟରେ ବଡ ଭାଇ ଲକ୍ଷ୍ମିଧର ବେହେରା ଗୋଟେ ସ୍ମାର୍ଟ ଫୋନ ଦେଇଥିଲେ । ଘରେ ରହି ବାନ୍ଧବୀ ସ୍ବର୍ଣ୍ଣଲତା ରାଉତଙ୍କ ସହିତ ଅନଲାଇନ ୟୁ-ଟିୟୁବ ପଢାରେ ମନ ଦେଇ ପଢୁଥିଲେ । ମୋବାଇଲ ର ସକରାତ୍ମକ ଦିଗକୁ ନିଜ ପଢାରେ ସଦ୍ ବିନିଯୋଗ କରିଛନ୍ତି । ଯାହା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରେରଣା ଅଟେ ।
ନିଜର କଠିନ ପରିଶ୍ରମ ଓ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ରହିଲେ ଜଣେ ବିଦ୍ୟାର୍ଥି ନିଶ୍ଚିନ୍ତ ସଫଳତା ପାଇପାରିବ ପ୍ରକାଶ କରିଛନ୍ତି ଟପ୍ପର ହୋଇଥିବା ବର୍ଷା । ବାଲ୍ୟ ଅବସ୍ଥାରୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ, ମହାବିଦ୍ୟାଳୟରେ ହେଉଥିବା ସମସ୍ତ ପ୍ରତିଯୋଗୀତା ବକୃତା, କୁଇଜ ରେ ଭାଗନେଇ ପୁରସ୍କୃତ ହୋଇଛନ୍ତି । ଅବସର ସମୟରେ ସାହିତ୍ୟ ପଠନ ସହିତ କବିତା ଲେଖିବାକୁ ଭଲ ପାଉଥିବା ବର୍ଷା ପ୍ରିୟଦର୍ଶିନୀ ଆଗାମୀ ସମୟରେ ଖୋର୍ଦ୍ଧା ପ୍ରାଣନାଥ କଲେଜରେ ଇଂରାଜୀ ସମ୍ମାନରେ ପଢିବା ପାଇଁ ଇଛା ରଖିଛନ୍ତି . ଭବିଷ୍ୟତରେ ଜଣେ ଶିକ୍ଷୟତ୍ରୀ ହେବାର ନିଜସ୍ୱ ଲକ୍ଷ୍ୟ ରଖିଛନ୍ତି । କଳାପଥର ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ,ଆଧ୍ୟାପିକା ,ପରିଚାଳନା ସମିତିର ସଦସ୍ୟ ଏବଂ ଅଧ୍ୟକ୍ଷ ସୁନନ୍ଦା କୁମାର ଛାଟୋଇ କଲେଜ ଟପ୍ପରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।