ରାଜ୍ୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ କାର୍ଯ୍ୟାଳୟ ସମୁଖ ରାସ୍ତାର କଦର୍ଯ୍ୟ ଅବସ୍ଥା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ରାଜଧାନୀର ରାସ୍ତା ଉପରେ ଅଳିଆ ପକାଉଥିବା ଲୋକଙ୍କୁ ମେୟର ନାଲିଆଖି ଦେଖାଉଥିବାର ଦୃଶ୍ୟ ସୋସାଲ ମିଡିଆରେ ବେଶ ଟ୍ରେଣ୍ଡ କରିଥିଲା . ହେଲେ ରାଜଧାନୀର ଏକ ଜନ ଗହଳି ପୂର୍ଣ୍ଣ ଅଂଚଳରେ ରାସ୍ତାର କଦର୍ଯ୍ୟ ଅବସ୍ଥା ପାଇଁ ମେୟର କାହାକୁ ଦେଖାଇବେ ନାଲିଆଖି , କାହାର ଦାୟିତ୍ବହୀନତା ଏବଂ ଅବହେଳା କାରଣରୁ ସାମନ୍ତରାପୁର ଅଞ୍ଚଳର ଲୋକେ ଭୋଗୁଛନ୍ତି କଦର୍ଯ୍ୟ ଅବସ୍ଥା . ଭୁବନେଶ୍ୱର – ପୁରୀ ଜାତୀୟ ରାଜପଥରୁ ଶ୍ରୀ ଲିଙ୍ଗରାଜଙ୍କ ପୀଠକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଯାହା , ସେପଟେ ଯାଇନଥିବା ଲୋକ ବିଶ୍ୱାସ କରିବ ନାହିଁ . ପବିତ୍ର ଶ୍ରାବଣ ମାସ ର କାଉଡିଆ ଯାତ୍ରା ଶେଷ ହୋଇଥିଲେବି , ରାସ୍ତାର ମରାମତି କଥା କାହା ମୁଣ୍ଡକୁ ଜୁଟିଲା ନାହିଁ . ଶ୍ରଦ୍ଧାଳୁ ମାନେ ବହୁ କଷ୍ଟ ଭୋଗି ସେ ରାସ୍ତାରେ ଯାଉଥିବାର ଦେଖା ଯାଇଥିଲା . ଆଉ ସବୁଠାରୁ ରୋଚକ କଥା ହେଲା ସ୍ଥାନୀୟ ଜନ ପ୍ରତିନିଧି ତଥା 59 ନମ୍ବର ୱାର୍ଡର କର୍ପୋରେଟର ମହାଶୟଙ୍କ ଘର ସମୁଖରେ ରାସ୍ତାର ଏପରି ଅବସ୍ଥା ହୋଇଛି .

Leave a Reply

Your email address will not be published. Required fields are marked *