ବାଲୁଗାଁରେ ପ୍ରଧାନ ଶିକ୍ଷକଙ୍କ ନିର୍ଯ୍ୟାତନା ସହି ନପାରି ବିଷପାନ କଲେ ଶିକ୍ଷୟିତ୍ରୀ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକଙ୍କ ନିର୍ଯାତନା ସହି ନପାରି ବିଷ ପାନ କଲେ ଶିକ୍ଷୟିତ୍ରୀ ସନ୍ତୋଷୀ ବେହେରା । ପ୍ରଧାନ ଶିକ୍ଷକ ବିଜୟ ପାତ୍ରଙ୍କ ନିର୍ଯାତନା ସହି ନପାରି ବିଦ୍ୟାଳୟର ଇଂରାଜୀ ଶିକ୍ଷୟିତ୍ରୀ ସନ୍ତୋଷୀ ବେହେରା ବିଷ ପାନ କରିଥିବାର ଅଭିଯୋଗ ହୋଇଛି । ବିଦ୍ୟାଳୟରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲୁଗାଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।ହେଲେ ଏପର୍ଯ୍ୟନ୍ତ ଏହା ସନ୍ଦେହ ଘେରରେ ରହିଛି ଯେ , ପ୍ରଧାନ ଶିକ୍ଷକ କଣ ଏମିତି କହିଲେ , ଶିକ୍ଷୟିତ୍ରୀ ଜଣକ ବିଷପାନ କଲେ । ଶିକ୍ଷୟିତ୍ରୀ ଙ୍କୁ କାହିଁକି ରବିବାର ଛୁଟି ଦିନରେ ଡାକୁଥିଲେ । ଦୀର୍ଘଦିନ ହେଲା କଣ ପାଇଁ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକ ନିର୍ଯାତନା ଦେଉଥିଲେ ତାହା ସନ୍ଦେହ ଘେରରେ ।

Leave a Reply

Your email address will not be published. Required fields are marked *