ପୁଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ କାର ଜବତ : ଚାଲାଣ କାରୀ ଚମ୍ପଟ ମାରିଲେ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ପକ୍ଷରୁ ୨୭ କିଲୋ ୩୦୦ ଗ୍ରାମ ଗଞ୍ଜେଇ ସହ ଏକ କାରକୁ ଜବତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ମଧ୍ୟାହ୍ନ ସମୟରେ ପୁଲିସ ପାଟ୍ରୋଲିଂରେ ଯାଉଥିବା ସମୟରେ ରାଇକିଆ ଥାନା ଅନ୍ତର୍ଗତ ପେଟାପାଙ୍ଗା ଛକ ନିକଟରେ ଏକ କାର ନଂ.ଓଡି-୦୭-ପି-୬୦୮୦ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ପୁଲିସ ଗାଡ଼ିକୁ ଅଟକାଇ ଥିବାବେଳେ ଗଞ୍ଜେଇ ଚାଲାଣ କାରି ତିନି ଜଣ ଗାଡ଼ିକୁ ଛାଡି ସେଠାରୁ ଚମ୍ପଟ ମାରିଥିଲେ । ତଲାସି ବେଳେ ଗାଡ଼ିରୁ ଏକ ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା । ଓଜନ କରାଯିବା ପରେ ୨୩ କିଲୋ ୩୦୦ ଗ୍ରାମ ହୋଇଥିବା ଜଣାପଡିଛି । ଏନେଇ ରାଇକିଆ ଥାନାରେ ଏନଡିପିଏସ ଆକ୍ଟ ରେ ଏକ ମାମଲା ରୁଜୁ କରାଯାଇ ଫେରାର ଗଞ୍ଜେଇ ଚାଲାଣକାରିଙ୍କୁ ଖୋଜାଖୋଜି କରାଯାଉଥିବା ବିଷୟ ଥାନା ଅଧିକାରୀ ସାନ୍ତୁନ କୁମାର କହିଛନ୍ତି ।

Leave a Reply

Your email address will not be published. Required fields are marked *