ଲିଙ୍ଗରା ନାଳ ବଢ଼ି ପାଣିରେ ୨ କିମି ଭାସିଗଲେ ଯୁବକ !!!

0
177

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଲିଙ୍ଗରା ନାଳ ବଢ଼ି ପାଣିରେ ୨ କିମି ଭାସିଗଲେ ଯୁବକ , ଉଦ୍ଧାର କଲେ ଗ୍ରାମବାସୀ । ଅନୁଗୁଳ ସହର ଦେଇ ଯାଇଥିବା ଲିଙ୍ଗରା ନାଳରେ, ଡେରଜାଙ୍ଗ ଡ୍ୟାମ୍ ପାଣି ଛାଡ଼ିବା ଫଳରେ ନାଳରେ ବଢ଼ି ପାଣି ଆସିଥିଲା । ଏହି ସମୟରେ ପରତରା ଗ୍ରାମର ଜଣେ ଯୁବକ ଗାଧୋଉଥିବା ବେଳେ ବଢି ପାଣି ରେ ଭାସି ଯାଇଥିଲେ । ପାଣିରେ ପ୍ରାୟ ଦୁଇ କିଲୋମିଟର ଭାସିଯିବା ପରେ, ଜରାସିଂହା ଗ୍ରାମର କିଛି ଲୋକ ସେ ପାଣିରେ ଭାସି ଆସୁଥିବାର ଦେଖିବାକୁ ପାଇଥିଲେ । ଗ୍ରାମବାସୀ ଏକତ୍ରିତ ହୋଇ ସାହସ କରି ବଢ଼ି ପାଣିରୁ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ଆଉ ସଫଳ ମଧ୍ୟ ହୋଇଥିଲେ । ବର୍ତ୍ତମାନ ତାର ସ୍ବାସ୍ଥ୍ୟବସ୍ଥା ଠିକ୍ ଅଛି । ଯୁବକ ଜଣଙ୍କ ପରତରା ଗ୍ରାମର ୧୪ ବର୍ଷୀୟ ଅନିଲ ନାଏକ ବୋଲି ଜଣା ପଡିଛି । ତେବେ ଲୋକ ମାନଙ୍କ ସାହସିକତା ଯୋଗୁଁ ଆଜି ଅନୁଗୁଳ ଜିଲ୍ଲାରେ ଜୀବନ ବଞ୍ଚି ଯାଇଛି ।

LEAVE A REPLY

Please enter your comment!
Please enter your name here